ଗଡ଼ମଧୁପୁର, ୨୪/୭ ମା ବାପା ପୁଅଟିଏ ପାଇଁ କେତେଦିଅଁ ଦେବତା ପୂଜାପାଠ, ଓଷା ବ୍ରତ କରି ପାଇଥାଆନ୍ତି l ପୁଅଟିଏ ଆସିଲେ କୁଳ ବଞ୍ଚାଇ ବା ସହିତ ବାର୍ଦ୍ଧକ୍ୟ ବେଳେ ବାପାମାଆ କୁ ପୋଷିବ ଏବଂ ମଲାବେଳେ ମୁହଁ ରେ ନିଆଁ ଦେବ, ବାପାମାଆ ଙ୍କର ଏମିତି କେତେକେଜାଣି ମନଭିତରେ କଳ୍ପନା ଜଳ୍ପନା ଉଙ୍କି ମରୁଥାଏ l ମାତ୍ର ବିଧିର ବିଧାନ ସେହି ପୁଅ ଯଦି ବାର୍ଦ୍ଧକ୍ୟ ବେଳେ ବାପା ମା ଙ୍କ ବୋଝ ଶୁଝିବା ବଦଳରେ ବୋଝ ହୋଇଯାଏ ତେବେ ଆଖିର ଲୁହକୁ ଓଠରେ ପିଇ ନିଜ ଭାଗ୍ୟକୁ ଆଦରି ରହି ଥାଆନ୍ତି ବାପାମାଆ l ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ମଧୁପୁର ଗଡ଼ ପଞ୍ଚାୟତ ଭୁବନପୁର ଗାଁରେ l ଏହି ଗାଁ ର ତ୍ରିଲୋଚନ ମଲିକ ଙ୍କ ୨ ପୁଅ ସତ୍ୟଜିତ (୧ 0) ଓ ବିଶ୍ୱଜିତ (୮) ବର୍ଷ ର ୨ ଜଣ ଶିଶୁପୁତ୍ର ଦୁନିଆକୁ ଠିକଭାବରେ ବୁଝିବା ଆଗରୁ ଆଜକୁ ସାତବର୍ଷ ହେବ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପଡିରହିଛନ୍ତି l ଏହି ରୋଗପାଇଁ ଏମାନେ ବର୍ଷ ରେ ପ୍ରାୟ ୪/୫ ମାସ ଧରି ସରକାରୀ ହେଉ ବା ବେସରକାରୀ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି l ଉଭୟଙ୍କୁ ଏହିରୋଗ ପ୍ରାୟ ୭ ବର୍ଷ ଧରି ଗ୍ରାସୀ ସାରିଛି l ଏମାନେ ଜନ୍ମହେବା ର ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ନିରୋଗୀ ଥିଲେ କୌଣସି ଲକ୍ଷ୍ୟଣ ମଧ୍ୟ ଏମାନଙ୍କ ସ୍ୱାସ୍ଥ୍ୟ ରେ ପ୍ରିଲକ୍ଷିତ ହେଉନଥିଲା କୌଣସି ଅସୁବିଧା ନ ଥିଲା l ତିନିବର୍ଷ ପରେ ଧୀରେ ଧୀରେ ବଡ଼ ପୁଅ ସତ୍ୟଜିତ କୁ ଓ କିଛି ବର୍ଷ ପରେ ସାନପୁଅ ବିଶ୍ୱଜିତ ଏହି ଅଜଣା ରୋଗରେ ପୀଡିତ ହେବାକୁ ବସିଲେ l ଏହାର ଲକ୍ଷଣ ହେଉଛି ଶରୀରର ପ୍ରତିଟି ଜଏଣ୍ଟ ସ୍ଥାନ ଗୁଡିକ ପ୍ରବଳମାତ୍ରାରେ ବିନ୍ଧିବା ସହିତ ଉକ୍ତ ସ୍ଥାନ ଗୁଡିକ ଫୁଲିଯାଏ l ଏବଂ ଶରୀର ମଧ୍ୟରେ ଠିକ ଭାବରେ ରକ୍ତ ସଂଚାଳନ ହୁଏ ନାହିଁ ଓ ରକ୍ତ ତିଆରିହେବା ମଧ୍ୟ ବନ୍ଦ ହୋଇଯାଏ l ଶରୀର ବୃଦ୍ଧି ପାଇବାର ବହୁତ କଷ୍ଟ ହୁଏ l ଏମାନଙ୍କୁ ଚିକିତ୍ସା ନିମିତ୍ତ କଟକ ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରିବା ପରେ ଡାକ୍ତର କହିଥିଲେଯେ ଏମାନେ (ସିକେଲ ସେଲ ) ରୋଗରେ ଆକ୍ରାନ୍ତ l ବହୁତ ଅଳ୍ପ ଲୋକମାନଙ୍କ ମଧ୍ୟରେ ଏହି (ସିକେଲସେଲ ) ରୋଗ ଦେଖାଯାଏ l ଏହି ରୋଗ କେବଳ ବଂଶଗତ ରୁ ବ୍ୟାପିଥାଏ l ଓଡିଶା ରାଜ୍ୟରେ ଏହିରୋଗକୁ ଚିକିତ୍ସା କରାଇବାରେ ଘରୋଇ ଚିକିତ୍ସାଳୟ ହେଉ ବା ସରକାରୀ ସ୍ତରରେ କୌଣସି ସୁବିଧା କରାଯାଇନାହିଁ l ଯେତେବେଳେ ଏହି ଦୁଇ ଭାଇଙ୍କ ଦେହରେ ଏହି ରୋଗ ବାହାରେ ସେମାନେ କଟକ ବଡ଼ ଡାକ୍ତର ଖାନାରେ ଭଲହେବାପାଇଁ ଭର୍ତ୍ତି ହୋଇଥାନ୍ତି ମାସେ ଦୁଇମାସ ପରେ ସାମାନ୍ୟ ସ୍ୱାସ୍ଥ୍ୟ ର ପରିବର୍ତ୍ତନ ହେବାପରେ ଘରକୁ ନେଇଆସନ୍ତି l ଦୀର୍ଘ ସାତ ବର୍ଷ ଧରି ଦୁଇ ପୁଅକୁ ସୁସ୍ଥ କରିବାକୁ ଯାଇ ବାପା ଯାହା ରୋଜଗାର କରେ ସେଥିରୁ ଅଧାରୁ ଅଧିକ କେବଳ ପୁମାନଙ୍କ ସ୍ୱାସ୍ଥ୍ୟ ଚିନ୍ତାରେ ହିଁ ରଖିଥାଏ l ବିଗତ ପ୍ରାୟ ସାତବର୍ଷ ଧରି ଦୁଇ ପୁଅକୁ ଚିକିତ୍ସା କରିବାକୁଯାଇ ସର୍ବସ୍ୱ ବିକ୍ରି କରିସାରିବାପରେ ମଧ୍ୟ ଦୁଇ ପୁଅଙ୍କୁ ଭଲ ନ କରିପାରିବାରୁ ମାନସିକ ସ୍ତର ରେ ଏବେ ଭାଙ୍ଗି ପଡିଛନ୍ତି l ରୋଜଗାରର ସର୍ବସ୍ୱ ହାରିବାପରେ ଏବେ ନିଜ ଭାଗ୍ୟ କୁ ଆଦରି ସହ ପରିବାର ସହିତ ଧର୍ମଶାଳା ର ନବାଗତ ଯୁବ ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ନିକଟରେ ଗୁହାରି କରିଥିବା ଦେଖିବାକୁ ମିଳିଛି l ତେବେ ଏହି ନିଷ୍ପାପ ଦୁଇ ଶିଶୁପୁତ୍ର ଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା କୁ ଦୂର କରିବାକୁ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବିହେଉଛି l
Sign in
Sign in
Recover your password.
A password will be e-mailed to you.