ଅନୁପାତହୀନ ସମ୍ପତ୍ତି ମାମଲା: ସମ୍ବଲପୁର ସିନିୟର ରେଭେନ୍ୟୁ ଅସିଷ୍ଟାଣ୍ଟ ବାସୁଦେବ ଭୋଇଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁରର ସିନିୟର ରେଭେନ୍ୟୁ ଅସିଷ୍ଟାଣ୍ଟ ବାସୁଦେବ ଭୋଇଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ସମ୍ବଲପୁର / ବରଗଡ଼୨୪.୧୨.୨୦୨୫ଅନୁପାତହୀନ ସମ୍ପତ୍ତି (ଡିଏ) ଅଭିଯୋଗରେ ସମ୍ବଲପୁର ମେଜର ସେଟଲମେଣ୍ଟ କାର୍ଯ୍ୟାଳୟର ସିନିୟର ରେଭେନ୍ୟୁ ଅସିଷ୍ଟାଣ୍ଟ (SRA) ଶ୍ରୀ ବାସୁଦେବ ଭୋଇଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକାସାଥିରେ ୪ଟି ସ୍ଥାନରେ ଘର ତଲାଶୀ ଆରମ୍ଭ କରାଯାଇଛି।
ଭିଜିଲାନ୍ସ ସମ୍ବଲପୁର ସ୍ଥିତ ମହାମାନ୍ୟ ସ୍ପେସିଆଲ ଜଜ୍‌, ଭିଜିଲାନ୍ସଙ୍କ ଜାରି କରାଯାଇଥିବା ସର୍ଚ୍ଚ ଓଏରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ୨ ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ରହିଛନ୍ତି।
ଭିଜିଲାନ୍ସ ପକ୍ଷରୁ ଶ୍ରୀ ଭୋଇଙ୍କ ନିମ୍ନଲିଖିତ ୪ଟି ସ୍ଥାନରେ ତଲାଶୀ ଚାଲିଛି—

1. ବରଗଡ଼ ଜିଲ୍ଲାରେ ଥିବା ତାଙ୍କ ଦୁଇତଳା ବାସଗୃହ
2. ସମ୍ବଲପୁର ଜିଲ୍ଲାର ଚରଭାଟି ଅଞ୍ଚଳରେ ଥିବା ଗୋଟିଏ ଭବନ
3. ବରଗଡ଼ରେ ଅବସ୍ଥିତ ତାଙ୍କ ପୈତୃକ ଘର
4.ସମ୍ବଲପୁର ସ୍ଥିତ ତାଙ୍କ କାର୍ଯ୍ୟାଳୟ
ବର୍ତ୍ତମାନ ତଲାଶୀ ପ୍ରକ୍ରିୟା ଚାଲୁ ରହିଛି। ଏହି ଚଢ଼ାଉ ସମ୍ପର୍କିତ ଅଧିକ ସୂଚନା ଭିଜିଲାନ୍ସ ପକ୍ଷରୁ ପରେ ଜଣାଇ ଦିଆଯିବ।

Leave A Reply

Your email address will not be published.