ଯାଜପୁର (ଛତିଆ), ୧୮ ଜୁଲାଇ: ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ୧୬ନମ୍ବର ଜାତୀୟ ରାଜପଥ ଉପରେ ଗୋଟିଏ ଦୁଃଖଦ ଦୁର୍ଘଟଣା ଘଟିଛି। ଇଛନାଗର ପାଟଣା ଗ୍ରାମର ସରସ୍ୱତୀ ପାଗଳ (ବୟସ ୪୫), ଏକ ଚା ଦୋକାନ ଚାଲାଇ ପରିବାର ପ୍ରତିପୋଷଣ କରୁଥିଲେ। ସେ ଚା ଦୋକାନ ପାଇଁ ଗରାରେ ପାଣିନେଇ ରାଜପଥ
ପାରିହେଉଥିବା ସମୟରେ ଏକ ହାଇୱେ ଗାଡ଼ି (ନମ୍ବର – OD02-AY-9758) ତାଙ୍କୁ ଧକା ଦେଇଥିଲା। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କ ଗୋଡ଼ ଛିଡ଼ିଯାଇଥିବା ଅବସ୍ଥାରେ ରାସ୍ତା ଉପରେ ଗୁରୁତର ରୁପେ ପଡ଼ିଥିଲା। ଘଟଣା ସ୍ଥଳକୁ ବୈରୀ ଥାନା ଅଧିକାରୀଣୀ ତୁରନ୍ତ ପହଞ୍ଚି, ଆମ୍ବୁଲାନ୍ସ ଡେରି ହେଉଥିବାରୁ ଏକ ପ୍ରାଇଭେଟ୍ ଗାଡ଼ି ମାଧ୍ୟମରେ ସରସ୍ୱତୀଙ୍କୁ ଉଚିତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଦେଇଥିଲେ।ଘଟଣା ସହିତ ଜଡିତ ଗାଡ଼ିଟିକୁ ପୋଲିସ ଜବତ କରିଛି। ଏହି ଦୁର୍ଘଟଣା ଅତ୍ୟନ୍ତ ବିଚଳିତ କରୁଥିବା ଏକ ତଥ୍ୟ ହେଉଛି। ଏହା ପୂର୍ବରୁ ଅର୍ଥାତ୍ ୨୦୨୩ ମସିହା ଏପ୍ରିଲ୍ ୧୫ ତାରିଖରେ ସରସ୍ୱତୀଙ୍କ ସ୍ୱାମୀ ଅରୁଣ ପାଗଳ ମଧ୍ୟ ଏକ ଗାଡ଼ି ଧକାରେ ଏହି ରାଜପଥରେ ମୃତ୍ୟୁ ବରଣ କରିଥିଲେ।ଏହି ଘଟଣା ପରେ ଅଞ୍ଚଳରେ ଚିନ୍ତା ଓ ଦୁଃଖର ମହଳ ସୃଷ୍ଟି ହୋଇଛି। ଲୋକେ ରାଜପଥ ଅତିକ୍ରମ କାରିବା ସମୟରେ ରୋଡ ସୁରକ୍ଷା ବିଧି ଓ ଓଭରବ୍ରିଜ୍ ତଳେ ଯିବା ଉଚିତ୍।
Sign in
Sign in
Recover your password.
A password will be e-mailed to you.
Prev Post