ଗୋପୀନାଥପୁର ଠାରେ କିମ୍ସ ପକ୍ଷରୁ “ମେଗା ସ୍ୱାସ୍ଥ୍ୟ ଶିବିର ” ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରିପୋର୍ଟର ସୁବାସ ରାଉତ ଚୌଦ୍ୱାର କଟକ
କଟକ ଜିଲ୍ଲା ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହୁଗ୍ରାମ ର ଗୋପୀନାଥପୁର ଠାରେ କିମ୍ସ ପକ୍ଷରୁ “ମେଗା ସ୍ୱାସ୍ଥ୍ୟ ଶିବିର ” ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଯେ ଆଗାମୀ ୨୧ ତାରିଖ ରେ ଡ଼ ଅଚ୍ୟୁତ ସାମନ୍ତ ଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ (କିମ୍ସ ) ପକ୍ଷରୁ ସାଲେପୁର ବ୍ଲକ ଗୋପୀନାଥପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଆରୋବିହାର ଠାରେ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ l ଏହି ସ୍ୱାସ୍ଥ୍ୟ ଶିବିର ରେ କିମ୍ସ ର ବିଭିନ୍ନ ବିଭାଗ ଯଥା ଭେଷଜ, ଶିଶୁ ରୋଗ, ଚର୍ମ, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଇ.ଏନ.ଟି, ଉକ୍ତ ରକ୍ତଚାପ, କିଡ଼ନୀ, ମଧୁମେହ ଭଳି ବିଭାଗ ର ଅଭିଜ୍ଞ ଡାକ୍ତର ମାନେ ଆସି ସେବା ଯୋଗାଇଦେବେ ବୋଲି କିମ୍ସ ତରଫରୁ ସୂଚନା ଦିଆଯାଇଛି l ଏଥି ସହିତ ସ୍ଥାନୀୟ ସରପଞ୍ଚ ଜନ ସାଧାରଣ ଙ୍କୁ ନିବେଦନ କରିବା ସହିତ ଅଧିକ ରୁ ଅଧିକ ରୋଗୀ ମାନେ କିଭଳି ଚିକିତ୍ସାଲାଭ କରିବା ସହିତ ଏହି ଶିବିର ରେ ମାଗଣା ଔଷଧ ବଣ୍ଟନ କରାଯିବ ବୋଲି ମତ ପ୍ରକାଶ କରିଥିଲେ l