ଯାଜପୁର, ତା ୨୮ .୧୦.୨୦୨୫ ରିଖ: ଆଜି ଯାଜପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ଅବସରରେ ଏକ ଶପଥ ପାଠ ସଭା ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ସଚ୍ଚୋଟତା ଓ ନିଷ୍ଠା ସହିତ କାର୍ଯ୍ୟପାଳନ ନିମନ୍ତେ ଶପଥ ପାଠ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ନିଜ ଉଦବୋଧନରେ କହିଥିଲେ ଯେ, ସଚ୍ଚୋଟତା ଓ ପାରଦର୍ଶିତା ହେଉଛି ଉନ୍ନତ ପ୍ରଶାସନର ଭିତ୍ତି, ଯାହା ଦ୍ୱାରା ସମାଜରେ ନ୍ୟାୟ ଓ ବିଶ୍ୱାସ ଗଠିତ ହୁଏ। ସମସ୍ତେ ମିଳି ଦୁର୍ନୀତି ରୋକିବାରେ ସଚେତନ ହେଲେ ଏକ ସ୍ୱଚ୍ଛ ଉତ୍ତରଦାୟୀ ପ୍ରଶାସନ ଗଠିତ ହେବ ବୋଲି ସେ କହିଥିଲେ।ଏହି ଶପଥ ପାଠ କାର୍ଯ୍ୟକ୍ରମ ରେ ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ ଶ୍ରୀ ସୁଶୀଲ କୁମାର ଏକ୍କା,ଡ଼ିଏସପି ସୁଲୋଚନା ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ସ୍ଥାନ ଭ୍ରମଣ କରି ଦୁର୍ନୀତି ବିରୋଧରେ ଜନସାଧାରଣଙ୍କୁ ସଚେତନ କରିବା ସହ ନୀତିପରାୟଣତା ଓ ସଚ୍ଚୋଟତାର ବାର୍ତ୍ତା ପ୍ରଚାର କରିବ।
Sign in
Sign in
Recover your password.
A password will be e-mailed to you.