ଯାଜପୁର:ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଏକ ଅର୍ଥ ଅର୍ଜନକାରୀ ବିଭାଗ। ଏହି ବିଭାଗ ତା ୦୧.୧୨.୧୯୯୯ ରିଖରେ ଗଠନ କରାଯାଇଥିଲା। ଏହି ବିଭାଗ ଦ୍ଵାରା ରାଜ୍ୟ ଅବକାରୀ ଆଇନ୍ କାର୍ଯ୍ୟକାରୀ ହୋଇଥାଏ। ତତ ସହିତ ବେଆଇନ୍ ନକଲି ମଦ ବିକ୍ରି , ସରକାରୀ ନିୟମରେ ମଦର ଉତ୍ପାଦନ, ମଦ ବଣ୍ଟନ ଆଦି କ୍ଷେତ୍ରକୁ ନିୟନ୍ତ୍ରଣ କରାଯାଇଥାଏ। ଦିନକୁ ଦିନ ଅବକାରୀ ବିଭାଗ କଳୁଷିତ ହେବାରେ ଲାଗିଛି। କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନେ ଟଙ୍କା ଲାଳସାରେ ବିଧି ବ୍ୟବସ୍ଥା ଭୁଲି ନିଜ ସମ୍ପତ୍ତି ବଢାଇବାରେ ବ୍ୟସ୍ତ ରହୁଥିବା ଅନୁଭବ ହେଉଛି ।ଯାହା ଫଳରେ ଦୈନିକ ଗାଁ ଗାଁରେ ମଦର ଆସର ଜମୁଛି।ଏହି ମଦ ପାଇଁ କେତେ କେତେ ଜୀବନ ଯାଉଛି ତ ଆଉ କାହାର ଘର ସଂସାର ଉଜୁଡି ଯାଉଛି।ଏତେ ସବୁ ପରେ ବି ନାଇ ରେ ତେଲ ମାରି ଘୁମାଉଛନ୍ତି ଜିଲ୍ଲା ଅବକାରୀ ବିଭାଗର ବଡ଼ପଣ୍ଡା ବାବୁ ମାନେ।

ସୂଚନା ଥାଉକି ଯାଜପୁର ଜିଲ୍ଲାରେ ଅବକାରୀ ବ୍ୟବସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ନେଇ ସାମ୍ବାଦିକ ତଥା ସମାଜସେବୀ ସବ୍ୟସାଚୀ ସାହୁ ଲୋକସଭା ଭବନର ଅବକାରୀ ବିଭାଗ ଦପ୍ତରରେ ଅଭିଯୋଗ ଆଣିଛନ୍ତି। ଦିନକୁ ଦିନ ଜିଲ୍ଲାରେ ବଢି ଚାଲିଛି ବିଷାକ୍ତ ମଦ, ଗଞ୍ଜେଇ, ହାତ ତିଆରି ରାସାୟନିକ ସାର ମଦ, ବ୍ରାଉନସୁଗର ଭଳି ବିଭିନ୍ନ ମାରାତ୍ମକ ନିଶାର ବହୁଳ କାରବାର। ହ୍ରାସ ପାଉଛି ସରକାରୀ ମଦର ଉତ୍ପାଦନ। ଯଦ୍ବାରା ଵୃଦ୍ଧି ପାଉଛି ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ। ଜିଲ୍ଲାର ବିଭିନ୍ନ ଥାନାରେ ରୁଜ୍ଜୁ ହେଉଛି ସହ ସହ ମାମଲା। କିନ୍ତୁ ଆସାମୀଙ୍କ ଟେର ପାଉନି ପୋଲିସ। ଅନ୍ୟପଟେ ଚାନ୍ଦା ଆଦାୟ କରିବାରେ ବ୍ୟସ୍ତ ଜିଲ୍ଲା ଅବକାରୀ ବିଭାଗ। ନାମକୁ ମାତ୍ର ଗଠନ ହୋଇଛି ମୋବାଇଲ ସ୍କ୍ୱାର୍ଡ ଓ
ଏନ୍ଫୋର୍ସମେଣ୍ଟ (ପ୍ରବର୍ତ୍ତନ) ଟିମ୍। କିନ୍ତୁ ସ୍କ୍ୱାର୍ଡ ଓ ଏନ୍ଫୋର୍ସମେଣ୍ଟ ଟିମ୍ ଏରିଆକୁ ଏରିଆ ବୁଲି ବିଭିନ୍ନ କୋଚିଆଙ୍କ ଠାରୁ ବଟି ଆଦାୟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କୁ ଯାଜପୁର ଅବକାରୀ ଅଧିକ୍ଷ ନ ମାନିବା,ସିଜର ମଦକୁ ବେଆଇନ୍ ଭାବେ ବିକିବା, ଜିଲ୍ଲାରେ ,ନିଷାଡିଙ୍କ ସଂଖ୍ୟା ଵୃଦ୍ଧି, ନିଶାଦ୍ରବ୍ୟର ବହୁଳ ବ୍ୟବହାର ଆଦି ସମସ୍ୟାକୁ ନେଇ ଯାଜପୁର ଜିଲ୍ଲାର ସାମାଜିକ କର୍ମୀ ତଥା ସାମ୍ବାଦିକ ସବ୍ୟସାଚୀ ସାହୁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଭାସ୍କର ଶର୍ମାଙ୍କୁ ରାଜ୍ୟ ଲୋକସଭା ଭବନରେ ଗତ କାଲି ତା ୦୮/୧୨/୨୦୨୫ ରିଖ ସୋମବାର ଦିନ ଭେଟ କରି ବିସ୍ତୃତ ଆଲୋଚନା କରିବା ସହ ସମସ୍ତ ତଥ୍ୟ ଭିତ୍ତିକ ଦସ୍ତାବିଜ ଉପସ୍ଥାପନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ଶ୍ରୀ ଶର୍ମା ସମସ୍ତ କାଗଜପତ୍ର ଦେଖିବା ପରେ ତଦନ୍ତ କରାଯାଇ ନିଶ୍ଚୟ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାର ଶ୍ରୀ ସାହୁ ଗଣମାଧ୍ୟମ କୁ କହିଛନ୍ତି।