ଟେଟ୍ରାହେଡ୍ରନ୍ ପକ୍ଷରୁ ମେଗା ରକ୍ତଦାନ ଶିବିର,୧୨୧୨ ୟୁନିଟ୍ ରକ୍ତ ସଂଗୃହିତ

ଟାଙ୍ଗୀ,୨୪।୮: କଟକ ଜିଲ୍ଲା ଟାଙ୍ଗୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଟେଟ୍ରାହେଡ୍ରନ୍‌ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ଯୁସନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ନିଉ କ୍ୟାମ୍ପସ ପରିସରରେ ଆୟୋଜିତ ଶିବିରକୁ ପ୍ରତିଷ୍ଠାତା ଅଧ୍ଯକ୍ଷ ତ୍ରିଦିବ ବେହେରା ପୂର୍ବାହ୍ନରେ ଉଦଘାଟନ କରିଥିବାବେଳେ ମୋଟ ୧୨୧୨ ୟୁନିଟ୍ ରକ୍ତ ସଂଗୃହିତ ହେବା ସାଧାରଣରେ ଚ଼ର୍ଚ୍ଚାକୁ ଆସିଛି।ଧର୍ମପତ୍ନୀ ତଥା ରେଡକ୍ରସର ଜିଲ୍ଲା ସଂଯୋଜିକା ଡଃ ସସ୍ମିତା ପଟ୍ଟନାୟକ ଓ ଶିକ୍ଷାବିତ ତାପସ କୁମାର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶିବିର ପରିଚାଳିତ ହୋଇଥିବାବେଳେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଅତିଥିଭାବେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ, ଅବିଭାବକ,ଅଧ୍ୟାପକ,ଅଧ୍ୟାପିକା ଓ ସୁପରଭାଇଜରଙ୍କ ସମେତ ସମସ୍ତ କର୍ମଚାରୀ ଶିବିରରେ ସାମିଲ ହୋଇ ରକ୍ତଦାନ କରିଥିଲେ। ଅନ୍ୟପକ୍ଷରେ ଭଟ୍ଟିମୁଣ୍ଡା ସରପଞ୍ଚ ତାପସ କୁମାର ସାହୁ ଓ ସାମାଜିକ କର୍ମୀ ଅମୂଲ୍ୟ କୁମାର ବେଉରାଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଅନୁଷ୍ଠାନକୁ ଭଲ ପାଇବା ସହ ରକ୍ତଦାନ କରିବା ଦେଖାଯାଇଥିଲା।

Leave A Reply

Your email address will not be published.