ଛତିଆ ବୈରୀ ଥାନା ଅଧିକାରିଣୀ ଅଂଶୁମାଳା ଦାସଙ୍କ ହସ୍ତକ୍ଷେପରେ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।
ସୂଚନା ଅନୁସାରେ, ବଡ଼ଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ପଞ୍ଚାୟତର ସପନପୁର ଗ୍ରାମର ରବିନ୍ଦ୍ର ସାମଲଙ୍କ ଝିଅ ବିନୀତା ସାମଲ (୩୨) ଓ ଭୁବନେଶ୍ୱରର ବଡଗଡ ବିଟ୍ କଲୋନୀର ଦୀବେନ୍ଧୁ ନାୟକଙ୍କ (ଆସିଷ୍ଟାଣ୍ଟ ରାଜସ୍ୱ ନିରୀକ୍ଷକ, ଦର୍ପଣ ତହସିଲ) ମଧ୍ୟରେ ଫେସବୁକ୍ରେ ପରିଚୟ ସ୍ଥାପିତ ହୋଇଥିଲା। ପରେ ସେହି ପରିଚୟ ପ୍ରେମରେ ପରିଣତ ହୋଇଥିଲା। ଦୀବେନ୍ଧୁ ବିବାହର ପ୍ରତିଶ୍ରୁତି ଦେଇ ବିନୀତାଙ୍କ ଘରକୁ ଯାଉଥିବା ସମୟରେ, ପରେ ତାଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଯାଇଥିବାରୁ ବିନୀତା ମନୋକ୍ଷୁଭରେ ଦର୍ପଣ ତହସିଲ ସମ୍ମୁଖରେ ବିଷପାନର ଚେଷ୍ଟା କରିଥିଲେ। ସମୟୋପଯୋଗୀ ପଦକ୍ଷେପରେ ଦୀବେନ୍ଧୁ ତାଙ୍କୁ ବୁଝାଇ ଘରକୁ ନେଇଥିଲେ, କିନ୍ତୁ ପରେ ପରିବାରୀୟ ଅସନ୍ତୋଷ ତିବ୍ର ହୋଇଯାଇଥିଲା। ଘଟଣାର ସୂଚନା ପାଇ, ବୈରୀ ଥାନା ଅଧିକାରିଣୀ ଅଂଶୁମାଳା ଦାସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ବୁଝାବୁଝି କରିଥିଲେ। ପରେ, ମଙ୍ଗଳବାର ଛତିଆ ଅମରାବତୀ ମଠରେ ସ୍ଥାନୀୟ ପୋଲିସ, ସମିତି ସଭ୍ୟମାନେ ଓ କିଛି ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଥାନା ଅଧିକାରିଣୀଙ୍କ ଏହି ପ୍ରଶଂଶନୀୟ ମଧ୍ୟସ୍ଥତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.