: ଯାଜପୁର ଜିଲା ଧର୍ମଶାଳା ଏଣ୍ଡଳବା ପଞ୍ଚାଯତ ବିଛାଖଣ୍ଡି ଦେଉରି ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ବାପାଙ୍କ କଟୁରୀ ଚୋଟରେ ପୁଅଙ୍କ ଜୀବନ ଯାଇଥିବା ଜଣାପଡିଛି। ମୃତକ ହେଲେ ଶମ୍ଭୁ ନାୟକ(୩୦)।
ମିଳିଥିବା ସୂଚନା ଅନୁସାରେ, ପାରିବାରିକ କଳହ କାରଣରୁ ଏହି ସାହିର କଣ୍ଠ ନାୟକ(୬୫) କଟୁରୀରେ ପୁଅ ଶମ୍ଭୁଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଯାଜପୁର ରୋଡ ଏସ୍ଡିପିଓ ଓ ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ଜେନାପୁର ପୁଲିସ କଣ୍ଠଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ମୃତ ଶମ୍ଭୁୁ ଦୁଇଟି ବିବାହ କରିଥିବା ବେଳେ ପ୍ରଥମ ସ୍ତ୍ରୀଙ୍କ ପୂର୍ବରୁ ମୃତ୍ୟୁ ହୋଇସାରିଛି ଓ ତାଙ୍କର ଦୁଇଟି ପୁଅ ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.