ଧର୍ମଶାଳାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ବିଭିନ୍ନ ପଞ୍ଚୟତ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ

ଧର୍ମଶାଳା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆଜି ଧର୍ମଶାଳା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସକାଳୁ ମହିଶରା ଗ୍ରାମପଞ୍ଚାୟତ ରେ ପହଞ୍ଚି ଜନସାଧାରଣ ଓ ଯୁବ ସାଥି ମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ

ତତସହିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ତରଫରୁ ମହିଶରା ଗ୍ରାମପଞ୍ଚାୟତ ବରଡ଼ାଛକ ଗ୍ରାମର କାଶିଆ ମଲ୍ଲିକ କିଛି ଦିନ ତଳେ ମୃତ୍ୟୁବରଣ କରିଛନ୍ତି ଡଙ୍କାରୀ ଗ୍ରାମର ରମ୍ଭା ଦାସ ଅସହାୟ ପରିବାର ରୋଗାକ୍ରାନ୍ତ, ରମ୍ପେଇ ଗ୍ରାମର ଅଭିମନ୍ୟୁ ବେହେରା, କିଡ଼ିନ୍ ରୋଗରେ ଆକ୍ରାନ୍ତ ଏବଂ ଚଗଲି ଦେଉରି ପାରିଖେତ ରୋଗରେ ଆକ୍ରାନ୍ତ ଓ ବରଡାନିମୁଟି ସାହି ଗ୍ରାମର ଅଲିଆ ଦେଉରି ରୋଗାକ୍ରାନ୍ତ ଖବର ପାଇ ଧର୍ମଶାଳାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ସଦସ୍ୟ ମାନେ ଆଜି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ

Leave A Reply

Your email address will not be published.