ଅଣାଅଶି ତମ ସ୍ବାଧିନତା ଦିବସ ଅବସର ରେ ଯାଜପୁର ଜିଲ୍ଲା ଧର୍ମଶାଳା ସାମ୍ବାଦିକ ସଂଘ ପକ୍ଷରୁ ଧର୍ମଶାଳା ମେଡିକାଲ ପରିସରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରଯାଇଛି। ସାମ୍ବାଦିକ ସଂଘର ସଭପତି ବରିଷ୍ଠ ସାମ୍ବାଦିକ ବିମଳ ପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ମେଡିକାଲ ଅଫିସର ସୁଧୀର କୁମାର ସାହୁ, ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ, ଧର୍ମଶାଳା ର ଦୁଇ ଅତିରିକ୍ତ ତହସିଲଦାର ଗଗନ ଚନ୍ଦ୍ର ଦାଶ, ଭବେଶ ମାଝୀ ପ୍ରମୁଖ ଯୋଗଦେଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥଲେ। କ୍ଲବ୍ ର ଉପ ସଭାପତି ପ୍ରମୋଦ ରାଉତ, ସଧାରଣ ସମ୍ପାଦକ ରଞ୍ଜନ କୁମାର ଓଝା, ସହ ସଂପାଦକ ସତ୍ୟ ରଞ୍ଜନ ନାୟକ ପ୍ରମୁଖ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ସେକ ଆଲ୍ଲାଉଦିନ, ସୁବ୍ରତ କୁମାର ମଲ୍ଲିକ, ସୁଶାନ୍ତ ସାହୁ, ସୁନିଲ ସାଗର ଦାସ, ଦୀପକ ଦାସ, ତ୍ରିଲୋଚନ ବେହେରା, ସୁଶାନ୍ତ କୁମାର ନାୟକ ପ୍ରମୁଖ ସହଯୋଗ କରି ଥିଲେ।
Sign in
Sign in
Recover your password.
A password will be e-mailed to you.