ଆଳି ଗୋବିନ୍ଦପୁର ସେତୁ ଉପରୁ ନଦୀଗତକାଲି କୁ ଡେଇଁ ପଡ଼ିଥିବା ଛାତ୍ରୀଙ୍କ ମୃତଦେହ ଆଜି ଅପରାହ୍ନରେ ଉଦ୍ଧାର ହୋଇଛି। ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ ନଦୀରେ ଖୋଜିବା ଜାରି ରଖୁଥିବା ବେଳେ ଆଜି ଅପରାହ୍ନରେ ସିଂହପୁର ଚନ୍ଦନପୁର ନିକଟରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ସୂଚନାଯୋଗ୍ୟ ଯେ, ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଗୋବିନ୍ଦପୁର ଗ୍ରାମର ସୁଧାଂଶୁ ଶେଖର ମିଶ୍ରଙ୍କ ଝିଅ ସସ୍ମିତା(୨୨) ସିଂହପୁରକୁ କମ୍ପ୍ୟୁଟର କ୍ଲାସ କରିବାକୁ ଯାଇ ଫେରିବା ବେଳେ ଗୋବିନ୍ଦପୁର ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ। ଦମକଳ ବାହିନୀ ଗତକାଲି ସନ୍ଧ୍ୟାରୁ ଖୋଜାଖୋଜି କରିଥିଲେ ହେଁ ନିଖୋଜ ଛାତ୍ରୀଙ୍କ ପତ୍ତା ମିଳିନଥିଲା। ଆଜି ସକାଳେ ଓଡ୍ରାଫ୍ ସହିତ ଦମକଳ ବାହିନୀ ଖୋଜାଖୋଜି କରିବା ପରେ ନଦୀରେ ବୁଡ଼ିଯିବାର ୩୦୦ ମିଟର ଦୂର ଚନ୍ଦନପୁର ଗ୍ରାମ ନିକଟରୁ ମୃତଦେହ ଉଦ୍ଧାର ହୋଇଥିଲା।
Sign in
Sign in
Recover your password.
A password will be e-mailed to you.