#ବରଗଡ଼_ପୋଲିସକୁ_ବଡ_ସଫଳତା
ପିସ୍ତଲ
ସହ ଆନ୍ତଃରାଜ୍ୟ ନିଶା ବେପାରୀ ଗ୍ୟାଙ୍ଗର ୧୫ ସଦସ୍ୟ ଗିରଫ । ଗିରଫ ଅଭିଯୁକ୍ତଙ୍କଠାରୁ ବିପୁଲ ପରିମାଣର ବେଆଇନ କଫସିରପ ଜବତ ନେଇ ସୂଚନା ଦେଲେ ବରଗଡ଼ ଏସପି । ଗିରଫ ଅଭିଯୁକ୍ତ ମାନେ ଛତିଶଗଡ , ଜଗତସିଂହପୁର,କଟକ, ଯାଜପୁର, ବଲାଙ୍ଗିର, ବରଗଡ଼ , ଅତାବିରା ଅଚଂଳର ବୋଲି ଏସପି ପିଏସ ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେମାନଙ୍କଠାରୁ ୫ ଟି ପିସ୍ତଲ , ୨୦ ଟି ଜୀବନ୍ତ ଗୁଲି, ୧୫ ଶହ ବୋତଲ ବେଆଇନ କଫସିରପ, ୩ ଟି ଖାଲି ଖୋକା, ୧୬ ଟି ମୋବାଇଲ, ୫ ଚାରିଚକିଆ ଗାଡି ଏବଂ ନଗଦ ୫୭ ହଜାର ଟଙ୍କା ଜବତ କରିଛି ପୋଲିସ । ବରଗଡ଼ ଜିଲ୍ଳାରେ ନିଶାବେପାରୀମାନେ ଆନ୍ତରାଜ୍ୟ ଗ୍ୟାଙ୍ଗ ସହ ମିଶି ନିଜର କାରବାର ବଢ଼ାଉ ଥିବା ବେଳେ ଗିରଫ ଅଭିଯୁକ୍ତମାନେ କଫସିରପ ସହ ଦେଶୀ ପିସ୍ତଲ କାରବାରରେ ଲିପ୍ତ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ଏ ନେଇ ଅଧିକ ତଦନ୍ତ କରିବାର ଆବଶ୍ୟକ ରହିଛି । ଅତାବିରା , ବରଗଡ଼ ଟାଉନ ଥାନା , ସଦର ଥାନା ଏବଂ ବିଜେପୁର ଥାନାରେ ଏ ନେଇ ଚାରୋଟି ମାମଲା ରୁୁଜୁ ହୋଇଥିବା ବେଳେ ପୋଲିସ ଖାଲି ଖୋକା ସହ ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ବିଭିନ୍ନ ବେଆଇନ କାରବାର ଉପରେ ତଦନ୍ତ ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.