ପୂର୍ବ ବିଭାଗର ଦୁଇଟି ପ୍ରମୁଖ ରାସ୍ତାର ଶୁଭଶିଳାନ୍ୟାସ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ବଡ଼ଚଣା ଛତିଆ ଦ୍ଵିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ସଡକ ଓ ବନ୍ଦଳ ଏଣ୍ଡର ପଦା ପୂର୍ଖ ବି ଭାଗ ରାସ୍ତାର ଶୁଭ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି ।ଦ୍ବିତୀୟ ଶ୍ରୀକ୍ଷେତ୍ର ଛତିଆ ବଟ ସମ୍ମୁଖ ରାସ୍ତା ଚାରିଥାକିଆ କରିବା ସହ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ରହିଛି । ଏଥିପାଇଁ ବିଭାଗ ପକ୍ଷରୁ ୧. ୯୫୦ ମିଟର ରାସ୍ତା ପାଇଁ ୧୮ କୋଟି ୮୭ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟବରାଦ ହେବା ପାଇଁ ଟେଣ୍ଡର ସମ୍ପର୍ନ ହୋଇଛି। ଦିର୍ଘ ୪୨ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ବନ୍ଦାଳ ଏଣ୍ଡରପଦା ପୂର୍ତ୍ତ ବିଭାଗ ରାସ୍ତାର ୫. ୨୪୦ ମିଟର କାମ ପାଇଁ ୨୮ କୋଟି ୨୬ ଲକ୍ଷ ୯୩ ହଜାର ଟଙ୍କା ବ୍ୟୟବରାଦ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଛତିଆ ନେଳିଆ ଛକ ଠାରେ ଓ ବନ୍ଦାଳ ଠାରେ ପୂର୍ବ ଓ ଆଇନ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଡଚଣାରେ ଗମନାଗମନ ସୁଗମ କରିବାକୁ ବିଧାୟକ ଅମର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଆରମ୍ଭହବା ସହ ଚଣ୍ଡିଖୋଲ ଛକ ଚତୁପାର୍ଶ୍ଵ ରାସ୍ତା ପ୍ରଶସ୍ତି କରଣ ସମ୍ପୂର୍ଣ୍ଣ ହେବାର ଶେଷ ପର୍ଯ୍ୟାୟରେ ଉପନିତ ହୋଇ ପାରିଛି । ସମସ୍ତ ମଠ ମନ୍ଦିର ଓ ଦେବାଳୟ ସୁରକ୍ଷା ଉନ୍ନତିକରଣ କାର୍ଯ୍ୟ ପାଇଁ ଆମ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।

Sign in
Sign in
Recover your password.
A password will be e-mailed to you.