ବଡଚଣା ବାସୀଙ୍କ ପାଇଁ ଯୁବ ସମାଜ ସେବୀ ମହେଶ୍ୱର ପରିଡ଼ାଙ୍କ ବିଶାଳ ରାଲୀ
ବଡଚଣାରେ ନୂତନ ନେତୃତ୍ୱ ସମ୍ଭାବନା ସୃଷ୍ଟି କରୁଛନ୍ତି ଯୁବ ସମାଜ ସେବୀ ମହେଶ୍ୱର ପରିଡ଼ା। ଗତମାସରେ ମହାବିନାୟକ ପୀଠରେ ପୂଜାର୍ଚ୍ଚନା କରିଥିବା ପରେ, ଆଜି ଶ୍ରୀ ପରିଡ଼ାଙ୍କ ନେତୃତ୍ୱରେ ଏକ ବିଶାଳ ମୋଟରସାଇକେଲ ରାଲୀ ଆୟୋଜିତ ହୋଇଥିଲା।
ଯାଜପୁର:
ଚଣ୍ଡିଖୋଲ ବଜାରୁ ଆରମ୍ଭ ହୋଇଥିବା ରାଲୀ ବଡଚଣା ଦେଇ ଅରଖପୁର ପର୍ଯ୍ୟନ୍ତ ପହଞ୍ଚିଥିଲା। ସେଠାରେ ଶ୍ରୀ ପରିଡ଼ା ବୃକ୍ଷରୋପଣ କରିବା ସହିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।
“ବଡଚଣା ବାସୀଙ୍କ ଆଶୀର୍ବାଦରେ ଦୁର୍ନୀତି ହଟିବା ସହିତ ଆଗାମୀ ଦିନରେ ପରିବର୍ତ୍ତନ ଆସିବ,” ବୋଲି ସମ୍ବୋଧନରେ କହିଥିଲେ ମହେଶ୍ୱର ପରିଡ଼ା।
ଅଳ୍ପ ସମୟରେ ତାଙ୍କ ପ୍ରତି ଅଦ୍ଭୁତ ସମର୍ଥନ ଦେଖାଯାଉଥିବାବେଳେ, ସ୍ଥାନୀୟ ରାଜନୈତିକ ଗୋଷ୍ଠୀକନ୍ଦଳରୁ ଦୂରେଇ କିଛି କର୍ମୀମାନେ ମଧ୍ୟ ତାଙ୍କ ଟିମରେ ସାମିଲ ହେଉଛନ୍ତି।
ବଡଚଣାର ରାଜନୈତିକ ମଇଦାନରେ ବିକଳ୍ପ ଭାବେ ନିଜକୁ ପ୍ରସ୍ଥୁତ କରିବା ପାଇଁ, ଶ୍ରୀ ପରିଡ଼ା ମହାବିନାୟକ ପୀଠରେ ବଜ୍ରଶପଥ କରିଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ।