ବଡ଼ଚଣା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ ଓ ସୁବର୍ଣ୍ଣଜୟନ୍ତୀ ଉତ୍ସବର ଉଦ୍ଘାଟନୀ ଅନୁଷ୍ଠାନ ଉତ୍ସାହମୟ ପରିବେଶରେ ଆୟୋଜିତ ହେଲା।
ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ କୃଷି-ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ କରି କହିଲେ ଜ୍ଞାନକୁ ନିଜଭିତରେ ଆବଦ୍ଧ ରଖିଲେ ତାହାର ମୂଲ୍ୟ କମିଯାଏ; ସମାଜ ଓ ଅନ୍ୟଙ୍କ ପାଇଁ ପ୍ରସାର କଲେ ହିଁ ଏହା ସାର୍ଥକ ହୋଇଥାଏ।”ସେ ଆହୁରି କହିଲେ, ଆଜିର ଯୁବପିଢ଼ିକୁ ଦେଶ ଓ ରାଜ୍ୟର ଐତିହ୍ୟ, ପୌରାଣିକ କଥା, ପରମ୍ପରା ପ୍ରତି ସଚେତନ ହେବା ସହିତ ଜୀବନର “ପାଞ୍ଚ ଧ”—ଧର୍ମ, ଧରିତ୍ରୀ, ଧୈର୍ଯ୍ୟ, ଧନ୍ଦା ଓ ଧନକୁ ଠିକ ପଥରେ ପରିଚାଳିତ କରିବା ଆବଶ୍ୟକ।୨୦୩୬ ସଲେ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କ ସମିଲିତ ପ୍ରୟାସ ଜାରି ରହିବା ଉଚିତ ବୋଲି ସେ ପରାମର୍ଶ ଦେଲେ।ମୂଖ୍ୟ ବକ୍ତା ଭାବେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା ଯାଜପୁର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ଉଲ୍ଲେଖ କରିଥିଲେ। ବଡ଼ଚଣା ବିଧାୟକ ଅମର କୁମାର ନାୟକ ଶିକ୍ଷା ବ୍ୟବସ୍ଥା ସୁଦୃଢ କରିବା ସହିତ ବଡ଼ଚଣା ବ୍ଲକ୍ରେ ଥିବା ୪ଟି କଲେଜର ଭିତ୍ତିଭୂମି ବିକାଶ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ ଘୋଷଣା କରିଥିଲେ।
ଅନ୍ୟାନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଡକ୍ଟର କୃଷ୍ଣଚନ୍ଦ୍ର ଶତପଥୀ, ପରିଚାଳନା କମିଟି ସଭାପତି ଯୁଧିଷ୍ଠିର ନାୟକ, ପୁରାତନ ଛାତ୍ର ସଂସଦ ସଭାପତି ପବିତ୍ର ମୋହନ ମାହାଲା ଉପସ୍ଥିତ ଥିଲେ।ଅନୁଷ୍ଠାନରେ ସୁବର୍ଣ୍ଣଜୟନ୍ତୀ ଗୃହ, ଖେଳ ପଡ଼ିଆ, ଦର୍ଶକ ଗ୍ୟାଲେରୀ ଓ ଦ୍ୱିତୀୟ ଛାତ୍ରୀନିବାସର ଶିଳାନ୍ୟାସ କରାଗଲା।
ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ଅତିଥି ପରିଚୟ ଦେଇଥିଲେ, ଯେତେବେଳେ ପୁରାତନ ଛାତ୍ର ସଂସଦ ସମ୍ପାଦକ ଦେବରାଜ ବେହେରା ବାର୍ଷିକ ବିବରଣୀ ପାଠ କଲେ।ଗତ ବାର୍ଷିକ ପରୀକ୍ଷାରେ ଶ୍ରେଷ୍ଠ ସ୍ନାତକମାନଙ୍କୁ ପୁରସ୍କାର ପ୍ରଦାନ କରାଗଲା। ଅନୁଷ୍ଠାନରେ ସ୍ୱାଗତ ସଙ୍ଗୀତ, ବନ୍ଦେ ଉତ୍କଳ ଜନନୀ ଗାନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଶେଷରେ ଅଧ୍ୟାପକ ପି.ସି. ମଲ୍ଲିକ ଧନ୍ୟବାଦ ଜଣାଇଲେ।
Sign in
Sign in
Recover your password.
A password will be e-mailed to you.