ବାଲେଶ୍ଵର ଓ ବଙ୍ଗଳା ପରେ ଛାତ୍ରୀଙ୍କୁ ବଡ଼ଚଣା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅସଦାଚରଣ ମାମଲା
୪ ମାସ ପରେ ଉଠାଇ ନେଲା ପୁଲିସ, ପଚରାଉଚୁରା ପରେ ଛାଡ଼ିଲା
ବଡ଼ଚଣା,20/7 : ବଡ଼ଚଣା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ତାଙ୍କ ବାପା ୪ମାସ ପୂର୍ବରୁ ସମସ୍ତ ଫୋରମରେ ଅଭିଯୋଗ କରିଥିଲେ। ମାତ୍ର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଘଟଣାକୁ ନେଇ ବିଇଓ ଥାନାରେ ମଧ୍ୟ ଏତଲା ଦେଇଥିଲେ। ଏହା ପରେ ବଡ଼ଚଣା ପୁଲିସ ଅଧ୍ୟକ୍ଷଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା। ପୁଲିସ ଅଧ୍ୟକ୍ଷଙ୍କୁ ଥାନାରେ ୨୪ଘଣ୍ଟା ଅଟକ ରଖିବା ସହିତ ନୋଟିସ୍ ଦେଇ ଛାଡ଼ି ଦେଇଥିବା ସୂଚନା ଅଧ୍ଯକ୍ଷଙ୍କୁ କୋରାପୁଟ୍ ବଦଳି, କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ଅସନ୍ତୋଷ ମିଳିଛି। ଏନେଇ ଥାନାରେ କେସ୍ ନଂ ୨୩୨/୨୫ରେ ମାମଲା ରୁଜୁ କରାଯାଇଛି। ବାଲେଶ୍ଵର ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ଘଟିଥିବା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ତୁମ୍ବିତୋଫାନ ଲାଗି ରହିଛି। ଏହାକୁ ନେଇ ପ୍ରଶାସନ ତରବରିଆ ଭାବେ ସଂପୃକ୍ତ ଅଧ୍ୟକ୍ଷଙ୍କୁ କୋରାପୁଟ ବଦଳି କରିଦେଇଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସୂଚନା ମୁତାବକ, ଚଳିତ ବର୍ଷ ମାର୍ଚ୍ଚ ୨୮ରେ ଜନୈକା ଛାତ୍ରୀଙ୍କ ଅଭିଭାବକ ଏସ୍ପି, ଜିଲ୍ଲାପାଳ ଓ ଶିକ୍ଷାମନ୍ତ୍ରୀଙ୍କୁ ତାଙ୍କ ଝିଅ ପ୍ରତି ଉକ୍ତ ବିଦ୍ୟାଳୟର ଅଧ୍ଯକ୍ଷ ଖରାପ ବ୍ୟବହାର କରିଥିବା ଲିଖୁତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ଶିକ୍ଷାଧୁକାରୀ, ଶିକ୍ଷାମନ୍ତ୍ରୀ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। କୌଣସି କାରଣରୁ ବଡ଼ଚଣା ପୁଲିସ ପାଖରେ ସମ୍ପୃକ୍ତ ନାବାଳିକାକୁ ନେଇ ଅଭିଯୋଗ ଆସିବାରୁ ଏସ୍ଡିପିଓ ଲକ୍ଷ୍ମୀଧର ସ୍ବାଇଁ, ଥାନାଧୁକାରିଣୀ ମଧୁସ୍ମିତା ବେହେରା ଗୁରୁବାର ରାତିରୁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଏସ୍ଏସ୍ ପାର୍ଥ ସାରଥୀଙ୍କୁ ତାଙ୍କ ନିଜ ଘର ଧର୍ମଶାଳା ଥାନା ଭଗବାନପୁର ଗାଁରୁ ଉଠାଇ ଆଣିଥିଲେ। ୪ମାସ ହେବ ସମ୍ପୃକ୍ତ ନାବାଳିକାର ବାପା ଓ ଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା। ହେଲେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ପରେ ଏହି ଘଟଣାକୁ ଅତି ଗୁରୁତର ଭାବେ ନେଇ ପୁଲିସ ଅଧ୍ୟକ୍ଷଙ୍କୁ ଘରୁ ଉଠାଇ ଆଣିଥିଲେ। ଯାହା ଜଣାପଡୁଛି ଶିକ୍ଷା ବିଭାଗ ଦ୍ବାରା ଅଭିଯୋଗ ହେବାରୁ ବଡ଼ଚଣା ପୁଲିସ ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷଙ୍କୁ ଆଣି ଥାନାରେ ୨୪ ଘଣ୍ଟା ଅଟକ ରଖିଲା । ପରେ ଶୁକ୍ରବାର ରାତିରେ ଛାଡ଼ିଥିଲା। ଶନିବାର ଥାନାରେ ହାଜର ହେବାକୁ କହିଥିଲେ। ସମ୍ପୃକ୍ତ ଅଧକ୍ଷ ଶନିବାର ଥାନାକୁ ଆସି ବହୁ ସମୟ ଅପେକ୍ଷା କରିବା ପରେ ଫେରିଯାଇଥିବା ଜଣାପଡ଼ିଛି। ଉକ୍ତ ଘଟଣାକୁ ନେଇ ସମ୍ପୃକ୍ତ ନାବାଳିକା ପରିବାର କୌଣସି ଲିତ ଅଭିଯୋଗ ଦେଉନାହାନ୍ତି। ଫକୀରମୋହନ ବିଶ୍ଵବିଦ୍ୟାଳୟ ଘଟଣାକୁ ନେଇ ପ୍ରଶାସନ ଏପରି ପଦକ୍ଷେପ ନେଲା ବୋଲି ଏଠାରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବଡ଼ଚଣା ଥାନା ଧୂକାରିଣୀ ମଧୁସ୍ମିତା ବେହେରାଙ୍କୁ ପଚାରିବାରେ ସେ କହିଥିଲେ, ଅଭିଯୋଗ ହୋଇଛି। ଯେହେତୁ ଏହା ଏକ ପୋକ୍ସୋ ମାମଲା ତେଣୁ ଏହାର ତଦନ୍ତ ଚାଲିଛି।