ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସମାରୋହ ସମାବେଶ ଅନୁଷ୍ଠିତ

ଟାଙ୍ଗୀ ଚୌଦ୍ବାର ରୁ ଶୁବାଷ କୁମାର ରାଉତ

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ କରଞ୍ଜି ପଂଚାୟତର ଗୋଡ଼ଧୂଆ ଛକ ସମିଟିକର ପଡିଆ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ
ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସମାରୋହ ସମାବେଶ ଅନୁଷ୍ଠିତ ହୋଇଯାଇଛି l
ଭାରତରେ ମୁକ୍ତି ସଂଗ୍ରାମରେ ମହାନ୍‌ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ଅବଦାନ ଅନବଦ୍ୟ ଓ ଅବିସ୍ମରଣୀୟ । ଭାରତର ଚିରସ୍ମରଣୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଶହୀଦ ବିର୍ସାମୁଣ୍ଡା ଅନ୍ୟତମ । ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ଯୋଦ୍ଧା ଭାବେ ଅଦମ୍ୟ ସାହସ ଓ ପ୍ରଶଂସନୀୟ ଉତ୍ସାହର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ବିର୍ସାମୁଣ୍ଡା ।
ଜନଜାତି ସଂପ୍ରଦାୟ ତାଙ୍କୁ ଧରତୀ ଆବା ବା ବିର୍ସା ଭଗବାନ ଆଖ୍ୟା ଦେଇ ସମ୍ମାନ କରି ଆସିଛନ୍ତି ବୋଲି ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ନାରୀ ନେତ୍ରୀ ପୁଷ୍ପା ଦାସ ତାଙ୍କ ବକ୍ତବ୍ୟ ରେ ଭାରତର ମୁକ୍ତି ସଂଗ୍ରାମରେ ବିପ୍ଳବୀ ବିର୍ସାମୁଣ୍ଡା ଓ ଜନଜାତିଙ୍କ ଅବଦାନ ଅତୁଳନୀୟ ଏବଂ ଆଜିର ପିଢ଼ି ବିର୍ସାଙ୍କ ସ୍ୱାଧୀନଚେତା, ନିର୍ଭୀକତା, ସ୍ୱାଭିମାନ ଓ ନିଜ ପରିଚିତିକୁ ନେଇ ଗର୍ବ କରିବାର ସୁଗୁଣଗୁଡ଼ିକୁ ଅନୁକରଣ କରି ନିଜ ଜୀବନରେ ଲଗାଇ ପାରିଲେ ସମାଜର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି କହିଥିଲେ । ଏଥି ସହିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave A Reply

Your email address will not be published.