ବୈରୀ ଥାନା ଅଧିନ ଛତିଆ ଅଞ୍ଚଳରୁ ଗଞ୍ଜେଇ ଜବତ, ୨ପେଶାଦାର ବେପାରୀ କୋର୍ଟ ଚାଲାଣ।

ଅବକାରୀ ବିଭାଗ ପକ୍ଷରୁ କୌଣସି ଯାଞ୍ଚ ଓ ପଦକ୍ଷେପ ନିଆନଯିବାରୁ ନିସାଡ଼ିଙ୍କ ଆଡା ସ୍ଥଳି ପାଲଟିଛି ଛତିଆ ଓ ବୈରୀ ଅଞ୍ଚଳ।

ଯାଜପୁର ଜିଲ୍ଲା ଵୈରୀ ଥାନା ଅଧିନ ଛତିଆ ଅଞ୍ଚଳରୁ ପୋଲିସ୍ ଚଢ଼ାଉ କରି ୫ କେଜି,୫୫୦ ଗ୍ରାମ ଗଞ୍ଜେଇ ଜବତ୍ କରିଛନ୍ତି।
ଛତିଆ ଅଞ୍ଚଳର ଲକ୍ଷ୍ମୀ ଧର ବିଶ୍ଵାଳ, ବୟସ, ୫୦, କୈଳାସ ନାୟକ ବୟସ ୪୫ ଉଭୟ ଇଚ୍ଛା ନଗର ପାଟଣା ଅଞ୍ଚଳର ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ତେବେ ପୋଲିସ୍ ବି ଏନ୍ ଏସ୍ ଧାରା କେଶ ନମ୍ବର୍ -୨୧୧/୨୦ ରୁଜ୍ଜୁ କରି ଅସମୀଙ୍କୁ କୋର୍ଟ ଚାଲାଣ କରିଛି।
ସୂଚନା ଥାଉ କି, ଵୈରୀ ଥାନା ଅଂଚଳରେ ବ୍ୟାପକ ଭାବରେ ଧଳା ଜହର, ଗଞ୍ଜେଇ ଓ ଗାଁ ଗାଁ ରେ ମଦ ର ଖୁଲମ୍ ଖୁଲା କାରବାର ହେଉ ଥିବାରୁ ନିଶା ବେପାରୀଙ୍କ ପଞ୍ଝାରେ ଏବେ ଯୁବ ପଡ଼ି ଓ ଛାତ୍ର ଛାତ୍ରୀ ପଡ଼ିଥିବା ଦେଖିବାକୁ ମିଳୁଛି, ତେବେ ଵୈରୀ ଥାନା ଅଧୀନରେ ପୋଲିସ୍ ର ଏକ ସୁନାମ ଥିବା ବେଳେ, ଏବେ ନିଘୋଡ଼ ନିଦ୍ରାରେ ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ପଟେ ଅବକାରୀ ବିଭାଗ ପକ୍ଷରୁ କୌଣସି ଯାଞ୍ଚ ଓ ପଦକ୍ଷେପ ନିଆନଯିବାରୁ ନିସାଡ଼ିଙ୍କ ଆଡା ସ୍ଥଳି ପାଲଟିଛି ଛତିଆ ଓ ବୈରୀ ଅଞ୍ଚଳ।
ଵୈରୀ ପୋଲିସ୍ ବଡ଼ ବଡ ମାଛ କୁ ଧରି ପାରୁ ନଥିବା ବେଳେ ଚୁନା ମାଛ କୁ ଧରି ଖାଲି ବାହାବା ନେବାକୁ ଚେଷ୍ଟା କରିବା ପୋଲିସ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପୁନର୍ବାର ପୋଲିସ୍ ଯେପରି ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଆସ୍ଥା ଭାଜନ୍ ହେବା ଉଚିତ୍ ବୋଲି କୁହାଯାଇଛି।

Leave A Reply

Your email address will not be published.