ମୁକୁନ୍ଦପ୍ରସାଦ ବାଇପାସ୍‌ରୁ ୭ଟି ଚୋରି ମୋଟରସାଇକେଲ୍‌ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ ପୋଲିସ୍‌ର ବ୍ଲକିଂ ଅଭିଯାନରେ ବଡ଼ ସଫଳତା ମିଳିଛି। ମୁକୁନ୍ଦପ୍ରସାଦ ବାଇପାସ୍‌ ଚେକ୍‌ପୋଷ୍ଟ୍‌ ନିକଟରେ ମଙ୍ଗଳବାର ପ୍ରଭାତ 3.30 ବେଳେ ୨ଟି ନମ୍ବର ପ୍ଲେଟ୍‌ ବିହୀନ ମୋଟରସାଇକେଲ୍‌ ସହିତ ୨ଜଣ ଯୁବକଙ୍କୁ ପୋଲିସ୍‌ ଧରିଥିଲା।ତଦନ୍ତ ସମୟରେ ସେମାନେ କୌଣସି କାଗଜପତ୍ର ଦେଇପାରିନଥିଲେ। ପରେ ସ୍ୱୀକାର କରିଥିଲେ ଯେ ସେମାନେ ଦୁଇଜଣେ ମିଶି ୨ଟି ମୋଟରସାଇକେଲ୍‌ ଚୋରି କରିଥିଲେ ଏବଂ ସେଗୁଡ଼ିକୁ ନିଜ ‘ଷ୍ଟକ୍‌ ରୁମ୍‌’ କୁ ନେଉଥିଲେ। ସେମାନଙ୍କ କଥା ଅନୁଯାୟୀ, ସେଠାରେ ପୂର୍ବରୁ ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ ଚୋରି କରାଯାଇଥିବା ୫ଟି ମୋଟରସାଇକେଲ୍‌ ମଧ୍ୟ ସଞ୍ଚିତ ଥିଲା। ଏହି ସୂଚନା ଆଧାରରେ ଗଡ଼ଖୋର୍ଦ୍ଧା – ଜେମାଦେଇଇ ରୋଡ଼ ନିକଟରେ ପୋଲିସ୍‌ ଛାପାମାରି ୫ଟି ଅନ୍ୟାନ୍ୟ ମୋଟରସାଇକେଲ୍‌ ଜଳପମ୍ପ ଘରୁ ଜବତ କରିଛି।ଚୋରିରେ ବ୍ୟବହୃତ ଜବତ ସାମଗ୍ରୀ –ମୋଟ ୨ଟି ନମ୍ବର ପ୍ଲେଟ୍‌ ବିହୀନ ମୋଟରସାଇକେଲ୍‌,୨ଟି ମୋବାଇଲ୍‌ ଫୋନ୍‌ ,୧ଟି ମାଷ୍ଟର କୀ ।ଗିରଫ ହୋଇଥିବା ଦୁଇ ଯୁବକ ନୟାଗଡ଼ ଜିଲ୍ଲାର ଦାସପଲ୍ଲା ଥାନା ଅଧୀନର।ଏହି ଅଭିଯାନ, ଖୋର୍ଦ୍ଧା ଜିଲ୍ଲା ପୁଲିସ୍‌ ସୁପରିଣ୍ଡେଣ୍ଟେଣ୍ଟ (SP) ଶ୍ରୀ ବିବେକାନନ୍ଦ ଶର୍ମା, IPS ଙ୍କ ନିର୍ଦ୍ଦେଶ ଅନୁସାରେ SDPO ନିହାର ରଞ୍ଜନ ପ୍ରଧାନଙ୍କ ଅଧୀନରେ, SI ବସୁଦେବ ଜୟସିଂହ, SI ଅଶୋକ କୁମାର ମହାନ୍ତି, ASI ବି. ବିଶୋଇ ଓ ସି.ଆର୍. ସଦସ୍ୟ ସମ୍ବିତ ମହାନ୍ତି ଓ ପି.କେ. ହରିଚନ୍ଦନଙ୍କ ଯୁକ୍ତ ଦଳ ଦ୍ୱାରା କରାଯାଇଥିଲ।

Leave A Reply

Your email address will not be published.