ମୃତ୍ୟୁ ର ଗାନ୍ଥାଘର ପାଲଟିଛି ଚୌଦ୍ୱାର ମଣ୍ଡଳ କାରାଗାର

ଚୌଦ୍ବାର ରୁ ଶୁବାଷ କୁମାର ରାଉତ ଙ୍କ ରିପୋର୍ଟ୍

ମୃତ୍ୟୁ ର ଗାନ୍ଥାଘର ପାଲଟିଛି ଚୌଦ୍ୱାର ମଣ୍ଡଳ କାରାଗାର ଚୌଦ୍ୱାର ମଣ୍ଡଳ କାରାଗାର ରେ ବିବାଦ ପିଛା ଛାଡ଼ୁନି l ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ତଳ ତଳିଆ କର୍ମଚାରୀ ବଳି ପଡୁଥିବା ବେଳେ ଉପରସ୍ତ ଅଧିକାରୀ ମାନେ ଅଳ୍ପକେ ବର୍ତ୍ତୀ ଯାଉଥିବାର ଦେଖାଯାଉଛି l ଜେଲ ର ବ୍ୟବସ୍ଥା ରେ ସୁଧାର ନକରିବାରୁ କେତେବେଳେ ଜେଲ ରୁ ପାଚେରୀ ଡେଇଁ ପଳାଉଛନ୍ତି ଓ କେତେବେଳେ ଜେଲ ଭିତରେ କଏଦୀ ମାନଙ୍କ ଭିତରେ ଗ୍ୟାଙ୍ଗୱାର ହୋଇ ମୃତ୍ୟୁ ବରଣ କରୁଥିବାର ଜଣାପଡିଛି l ଅନେକ ସମୟରେ କିଛି କଏଦୀ ମାନସିକ ଦୁଶ୍ଚିନ୍ତା ରେ ଆତ୍ମହତ୍ୟା କରୁଥିବା ବେଳେ ସେମାନଂକୁ ରୋକାଯାଇପାରୁନାହିଁ l ଗତ କିଛି ଦିନ ତଳେ ବିହାର ଦୁଇ ଜଣ ଖୁଙ୍ଖାର କଏଦୀ ନାଟକୀୟ ଢଙ୍ଗରେ ଖସି ପଳେଇଥିଲେ l ଆଜି ଜଣେ ବିଚାରଧୀନ କଏଦୀକୁ ଅନ୍ୟ କିଛି କଏଦୀ ଆକ୍ରମଣ କରି ମାରିଥିବାର ଅଭିଯୋଗ ହୋଇଥିବା ବେଳେ ପ୍ରଶାସନ ପବିତ୍ର ସାହୁ ନାମକ ବ୍ୟକ୍ତିଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ ପଠାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ l ଅନ୍ୟ ପକ୍ଷ ରେ ଅଧିକ ତଦନ୍ତ ପାଇଁ ଜେଲ ଏ. ଡି. ଜି ଅମିତାଭ ଠାକୁର ସର୍କଲ ଜେଲ କୁ ଆସି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି

Leave A Reply

Your email address will not be published.