ଯାଜପୁର, ତା ୦୨.୦୮.୨୦୨୫ ରିଖ: ଉତ୍ତର ପ୍ରଦେଶର ବାରଣାସୀଠାରେ ତା ୦୨.୦୮.୨୦୨୫ ରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପି.ଏମ କିଷାନର ୨୦ତମ କିସ୍ତି ଲୋକାର୍ପଣ ଉପଲକ୍ଷେ ତାହାର ସିଧା ପ୍ରସାରଣ ଜିଲ୍ଲାସ୍ତରୀୟ ସମାନ୍ତରାଳ ପି.ଏମ କିଷାନ ଉତ୍ସବ ଦିବସରେ ପ୍ରସାରିତ କରାଯାଇଥିଲା।
ଉକ୍ତ ସମାରୋହ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନ, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି।
ମାନ୍ୟବର ମନ୍ତ୍ରୀ, ସମବାୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ଶ୍ରୀ ପ୍ରଦୀପ ବଳ ସାମନ୍ତ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଯାଜପୁର ଜିଲ୍ଲାର ମୋଟ ୧ ଲକ୍ଷ ୬୬ ହଜାର ୪୬୨ ଜଣ କୃଷକ ଏହି ୨୦ ତମ କିସ୍ତିରେ ୨୦୦୦ ହିସାବରେ ପି.ଏମ କିଷାନ ସମ୍ମାନ ନିଧି ସହାୟତା ପ୍ରାପ୍ତ କରିଛନ୍ତି। ଜିଲ୍ଲାର ୧୦୦ ଜଣ ହିତାଧିକାରୀ କୃଷକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମାରୋହରେ ସିଧା ପ୍ରସାରଣ ଦର୍ଶନ କରିଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା ତଥା କୃଷି ବିଜ୍ଞାନ କେନ୍ଦ୍ର, ଯାଜପୁରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଅଧିକାରୀ। ଏହି କାର୍ଯ୍ୟକ୍ରମ ସିଧା ପ୍ରସାରଣର ଆୟୋଜନରେ ସହାୟତା କରିଥଲେ। ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, କୃଷି ଆନୁଷଙ୍ଗିକ ବିଭାଗ ତଥା ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ପ୍ରକଳ୍ପ, ସହକାରୀ ଜିଲ୍ଲା ମତ୍ସ୍ୟ ଅଧିକାରୀ, ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଯାଜପୁର ରୋଡ, ସମସ୍ତ ବ୍ଲକ୍ ସ୍ତରୀୟ ଓ ଜିଲ୍ଳା ସ୍ତରୀୟ କୃଷି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.