ଯାଜପୁର ଅବକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ଦୁଇ ଭୂତ

ପଦବୀ ନାହିଁ କିନ୍ତୁ,କର୍ମଚାରୀ ଅଛନ୍ତି

ଯାଜପୁର : ଉଭୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ କରିବା ପାଇଁ ସରକାରୀ ସ୍ତରରେ ଏବଂ ଏଜେନ୍ସି ଜରିଆରେ କର୍ମଚାରୀ ନିଯୁକ୍ତି ହୋଇଥାଆନ୍ତି। ଯେ କୌଣସି ଅଫିସ ଚାଲିବା ପାଇଁ ଆବଶ୍ୟକ ସମସ୍ତ ପଦବୀରେ ଭିନ୍ନ ଭିନ୍ନ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେଇଥାନ୍ତି । ବିନା କୌଣସି ନିଯୁକ୍ତିରେ ଯଦି କେହି ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି ତେବେ ତାହା ସମ୍ପୂର୍ଣ୍ଣ ବେଆଇନ୍।ସେଥିପାଇଁ ମଧ୍ୟ କଠୋର ଦଣ୍ଡ ବିଧାନ ର ବ୍ୟବସ୍ଥା ରହିଛି।
ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲା ଅବକାରୀ ମୁଖ୍ୟ କାର୍ଯ୍ୟାଳୟରେ ମୋଟ ୬ ଜଣ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସୂଚନା ଅଧିକାରୀ ଆଇନ୍ ୨୦୦୫ ବଳରେ ତା ୧୧/୦୯/୨୫ ରିଖରେ ପତ୍ର ନମ୍ବର୍ ୧୫୫୫ ରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ , ଯାଜପୁର ରୁ ମିଳିଥିବା ତଥ୍ୟ ଅନୁସାରେ ଡାଟା ଏଣ୍ଟ୍ରି ଅପରେଟର ଏବଂ ଚିଠି ପତ୍ର କାର୍ଯ୍ୟ କରିବାକୁ କୌଣସି ପଦବୀ ଅନୁମୋଦିତ ହୋଇ ନାହିଁ କି ଏଠାରେ କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ।
କିନ୍ତୁ ସତ ଠିକ୍ ଓଲଟା। ଆମ ପ୍ରତିନିଧିଙ୍କ ଅନୁସନ୍ଧାନ ରିପୋର୍ଟ ରୁ ପ୍ରକାଶ ଯେ ଲମ୍ବୋଦର ମହାରଣା ଏବଂ ବିଶ୍ୱଜିତ୍ ସାହୁ ନାମରେ ଦୁଇ ଜଣ ବ୍ୟକ୍ତି ପାଖାପାଖି ୧୦ ମାସ ହେବ ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ବେଆଇନ ଭାବେ , ସରକାରୀ କାର୍ଯ୍ୟ କରୁଛନ୍ତି। ଏହି ଦୁଇ ଜଣଙ୍କୁ ଖୋଦ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଦିବ୍ୟ କିଶୋର ତଣ୍ଡେଇ ତାଙ୍କର ସମସ୍ତ ବେଆଇନ କାର୍ଯ୍ୟ ବେଧଡକ ଚଳାଇବା ପାଇଁ ଘଣ୍ଟ ଘୋଡ଼ାଇ ରଖିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ କମ୍ପ୍ୟୁଟରରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ କାର୍ଯ୍ୟାଳୟର ସମସ୍ତ ଚିଠି ପତ୍ରର କାର୍ଯ୍ୟ ନିର୍ବାହ କରୁଛନ୍ତି।
ବିଶ୍ୱଜିତ ସାହୁ ବିନା ନିଯୁକ୍ତିରେ ବେଆଇନ ଭାବେ ୧୦ ମାସ ହେବ ଜିଲ୍ଲା ଅବକାରୀ ମୁଖ୍ୟ କାର୍ଯ୍ୟାଳୟରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରିବା ସହ ଜିଲ୍ଲାର ସମସ୍ତ ପଟାଦାର (ଲାଇସେନ୍ସ ହୋଲ୍ଡର) ମାନଙ୍କୁ ନେଇ ସରକାରୀ ଭାବେ ଗଠିତ ହୋଇଥିବା ଏକ ହ୍ଵାଟ୍ସଅପ ଗ୍ରୁପରେ ଆଡମିନ୍ ଅଛନ୍ତି ବିଶ୍ୱଜିତ ସାହୁ। ଆଡମିନ୍ ରହି ସମସ୍ତ ସରକାରୀ ବାର୍ତ୍ତା ଇତ୍ୟାଦି ସେୟାର୍ କରୁଛନ୍ତି। ତତ୍ ସହିତ ଏକ ଭରଷା ଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଶ୍ରୀ ସାହୁ ମଧ୍ୟ ପଟାଦାର (ଲାଇସେନ୍ସ ହୋଲ୍ଡର) ମାନଙ୍କ ଠାରୁ ମାସିକିଆ ୧୦୦୦ ଓ ବାର୍ଷିକ ୧୨୦୦୦ ଟଙ୍କା ନବୀକରଣ ସମୟରେ ବଟି ଆଦାୟ କରୁଛନ୍ତି। ଟଙ୍କା ଦେଲେ ଲାଇସେନ୍ସସ ନବୀକରଣ ହେବ ନ ଦେଲେ ହେବ ନାହିଁ ବୋଲି କଢ଼ା ନିୟମ ବୋଲି ଶୁଣିବାକୁ ମିଳେ। ସେହି ପାପ ଅର୍ଜିତ ଅର୍ଥରୁ ୬୦% ନିଜେ ରଖି ଆଉ ୪୦% ତଣ୍ଡେଇ ବାବୁଙ୍କୁ ଦେଇ ସନ୍ତୁଷ୍ଟ କରନ୍ତି ଶୁଣିବାକୁ ମିଳେ। ଆହୁରି ମଧ୍ୟ ଶ୍ରୀ ସାହୁ ବିଗତ ଦିନରେ ନିଜ କାର୍ଯ୍ୟରେ ଅବହେଳା କରି ତତ୍କାଳୀନ ଅବକାରୀ ଆୟୁକ୍ତଙ୍କ ନିର୍ଦ୍ଦେଶ ରେ ବହିଷ୍କୃତ ହୋଇଥିଲେ । ବଡ଼ ଦୁର୍ଭାଗ୍ୟର କଥା ଆୟୁକ୍ତଙ୍କ ନିର୍ଦ୍ଦେଶକୁ ପଛରେ ପକାଇ ଅଧିକ୍ଷକ ତଣ୍ଡେଇ ବାବୁ ଶ୍ରୀ ସାହୁଙ୍କୁ ପାଖାପାଖି ୧୦ ମାସ ହେବ ସେଇ ସମାନ ସିଟ୍ ରେ ପୂର୍ବ ପରି ବସାଇ ବେଆଇନ କଳା ସାମ୍ରାଜ୍ୟକୁ ସୁଦୂର ପ୍ରସାର କରିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ଗୋଟିଏ କାର୍ଯ୍ୟାଳୟରେ ସମାନ ପଦବୀରେ ଦୀର୍ଘ ସମୟ ରହି ଶ୍ରୀ ସାହୁ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇଛନ୍ତି। ନିକଟ ଅତୀତରେ ଯାଜପୁର ଟାଉନ ପୌରପାଳିକା ଅଞ୍ଚଳରେ ଲକ୍ଷାଧିକ ଟଙ୍କା ଦେଇ ୪ ଡିସିମିଲ୍ ଜମି ଆହରଣ କରିଛନ୍ତି। ଉକ୍ତ ଜମିରେ ଏକ ଅଟଳିକା ସ୍ଥାପନ କରିଛନ୍ତି। ଯାହାର ଖାତା ନମ୍ବର୍ – ୮୩୦/୩୮୬ ଓ ପ୍ଲଟ ନମ୍ବର୍ – ୨୬୫୦/୩୫୫୭ ରେ ଉପଲବ୍ଧ। ଦୁର୍ନୀତି ନିବାରଣ ବିଭାଗ ଶ୍ରୀ ସାହୁଙ୍କୁ ତଦନ୍ତ ପରିସର ଭୁକ୍ତ କଲେ ଆହୁରି କୋଟି କୋଟି ଟଙ୍କାର କଳା ସାମ୍ରାଜ୍ୟ ପଦାକୁ ଆସିବ।
ସେହିପରି ଲମ୍ବୋଦର ମହାରଣା ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଏବେ ସମସ୍ତ ଚିଠି ପତ୍ର କାର୍ଯ୍ୟ ତୁଲାଉଛନ୍ତି। ଅଧିକ୍ଷକଙ୍କ ଘୋର ଘନିଷ୍ଟ ସାଜି ଭୁଲ୍ କୁ ଠିକ୍ ଏବଂ ଠିକ୍ କୁ ଭୁଲୁ କରିବାକୁ ପଛାଉନାହାନ୍ତି। କିନ୍ତୁ ଆମ ପ୍ରତିନିଧିଙ୍କ ଅନୁସନ୍ଧାନ ରିପୋର୍ଟ ରୁ ପ୍ରକାଶ ଯେ ଏହି ମହାନ ଦାନବ ଜଣଙ୍କ ଭଦ୍ର ମୁଖା ପିନ୍ଧି ବିଗତ ଦିନରେ ଅବକାରୀ ଆୟୁକ୍ତଙ୍କ ନିର୍ଦ୍ଦେଶାଳୟ, କଟକ ଠାରେ ତତ୍କାଳୀନ ଅବକାରୀ ଆୟୁକ୍ତଙ୍କ ବ୍ୟକ୍ତିଗତ ଗୋପନୀୟତା ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉଥିଲେ। ସେହି ସମୟରେ ବେଆଇନ୍ ଭାବେ ୩୦୦୦ ଟଙ୍କା ଲାଞ୍ଚ ନେଇ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଧରା ହୋଇ ଗିରଫ ହୋଇଥିଲେ ଏବଂ ପରେ ତାଙ୍କୁ ସରକାର ଚାକିରୀରୁ ନିଲମ୍ବନ କରିଥିଲେ । ହେଲେ ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବେ ଯାଜପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଦିବ୍ୟ କିଶୋର ତଣ୍ଡେଇଙ୍କ ପ୍ରିୟ ହେଲେ କିପରି ତାହା ଏବେ ବଡ଼ ପ୍ରଶ୍ନ ? ଉକ୍ତ କେସ୍ ଏବେ ମଧ୍ୟ କୋର୍ଟ ରେ ବିଚାରଧିନ ଥିବା ଖବର ଶୁଣିବାକୁ ମିଳେ। ଆହୁରି ମଧ୍ୟ ଶୁଣିବାକୁ ମିଳେ ଲମ୍ବୋଦର ମହାରଣା ଅବସର ପରେ ବେଆଇନ୍ ଭାବେ ଭଦ୍ରକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ରେ ବେସରକାରୀ ଭାବେ ସରକାରୀ କାର୍ଯ୍ୟ କରୁଥିଲେ। କିନ୍ତୁ ସେଠାରେ ବ୍ୟାପକ ଦୁର୍ନୀତି କରିବାରୁ ଭଦ୍ରକ ଜିଲ୍ଲାର ପଟାଦାର (ଲାଇସେନ୍ସ ହୋଲ୍ଡର) ମାନେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଅନୁଯାଇ ଗଣମାଧ୍ୟମର ପ୍ରତିନିଧି ମାନେ ସମସ୍ତ ବିଷୟରେ ଜାଣିବା ପରେ ଶ୍ରୀ ମହାରଣାଙ୍କ ନିଯୁକ୍ତି ସମ୍ବନ୍ଧରେ ତତ୍କାଳୀନ ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ପ୍ରଶ୍ନ କରିବାରୁ ଅଧିକ୍ଷ ଉତ୍ତର ଦେଇ ନ ପାରି ଲମ୍ବୋଦର ମହାରଣାଙ୍କୁ ସବୁଦିନ ପାଇଁ କାର୍ଯ୍ୟାଳୟରୁ ବିତାଡ଼ିତ କରିଦେଇଥିଲେ ବୋଲି ଶୁଣିବାକୁ ମିଳେ। ତତ ସହିତ ଏହି ଦୁଇ ଜଣ ଭୂତଙ୍କ କଥାରେ ମହିଳା ସିପାହୀ ଓ ପୁରୁଷ ସିପାହୀ ମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଅଦଳବଦଳ ମଧ୍ୟ କରାଯାଏ।
ଏଇ ଦୁଇଜଣ ଏବେ ଯାଜପୁର ଜିଲ୍ଲା ଅବକାରୀ ଅଧିକ୍ଷକ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସିଟ୍ ରେ ବସି ସରକାରୀ କର୍ମଚାରୀ ପରି ବେସରକାରୀ ଭାବେ ଭୂତ ହୋଇ କାର୍ଯ୍ୟ କରୁଛନ୍ତି। ଖବର ପ୍ରକାଶ ପରେ ଅବକାରୀ ବିଭାଗ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲ୍ଲାର ବହୁ ବରିଷ୍ଠ ବୁଦ୍ଧିଜୀବୀ ଏବଂ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ନିଜ ନାମ ଗୋପନ ରଖି ଦାବୀ କରିଛନ୍ତି ।

Leave A Reply

Your email address will not be published.