ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ

ଯାଜପୁର, ତା ୨୭.୦୭.୨୦୨୫,
ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତା ୨୭.୦୭.୨୦୨୫ ରିଖ ରବିବାର ଧାରା ୧୩୮ ଅନ୍ତର୍ଭୁକ୍ତ ଏନ. ଆଇ, ଆକ୍ଟ ସମ୍ବନ୍ଧରେ ଏକ ସ୍ବତନ୍ତ୍ର ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତକୁ ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଏହି ଲୋକ ଅଦାଲତରେ ମୋଟ ୩୬ ଗୋଟି ଚେକ୍ ବାଉନ୍ସ ସମ୍ବନ୍ଧୀୟ ମକଦ୍ଦମା ଫଇସଲା କରାଯାଇ ମୋଟ ଟ. ୧,୮୭, ୧୧,୪୪୭/- ଆଦାୟ କରାଯାଇଛି । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ବିଶେଶ୍ଵର ବିଶ୍ଵପ୍ରକାଶ ରାୟ, ଏସ୍. ଡ଼ି.ଜେ.ଏମ. ଶ୍ରୀମତୀ ସୁମିତ୍ରା ବିଶ୍ଵାଳ ଅଂଶ ଗ୍ରହଣ କରି ମକଦ୍ଦମା ଗୁଡ଼ିକ ଫଇସଲା କରିଥିଲେ । ଏହି ଲୋକ ଅଦାଲତରେ ଜିଲ୍ଲାର ଅନ୍ୟାନ୍ୟ କୋର୍ଟ ତଥା ଯାଜପୁର ରୋଡ଼ ଏବଂ ଚଣ୍ଡିଖୋଲ କୋର୍ଟର ବିଚାରପତିମାନେ ମଧ୍ୟ ଅଂଶ ଗ୍ରହଣ କରି ମକଦ୍ଦମା ଗୁଡ଼ିକ ଫଇସଲା କରିଥିଲେ । ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶ୍ରୀମତୀ ଲିପା ମହାନ୍ତି ପରିଚାଳନା କରିଥିଲେ ଏବଂ ପ୍ରାଧିକରଣର ସମସ୍ତ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ।

Leave A Reply

Your email address will not be published.