ଯାଜପୁର ଜିଲ୍ଲାରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ଯାଜପୁର -ତା. ୨୧. ୧୧…୨୫ ରିଖ ଆଜି ଯାଜପୁର ଜିଲ୍ଲା ସଦରମହକୁମାସ୍ଥିତ ମିଶନ ଶକ୍ତି ଭବନରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ରଞ୍ଜିତା ବେହେରା ସ୍ଵାଗତ ଭାଷଣ ଦେବା ସହିତ ଦିବସର ତାତ୍ପର୍ଯ୍ୟ ଓ ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ l ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ମନୋସ୍ମିତା ନାୟକ ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଭାବରେ ଯାଜପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ଵାଇଁ ସଭାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଯାଜପୁର ଜିଲ୍ଲା କୃଷି ବିଭାଗ ତରଫରୁ ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ମହାପାତ୍ର କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ l ସେହିପରି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁବ୍ରତ କୁମାର ମହାପାତ୍ର ମାଛ ଚାଷ ତଥା ପ୍ରାଣୀ ପାଳନ ଦ୍ଵାରା ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ଉପଦେଶ ଦେଇଥିଲେ l ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ବେହେରା ପ୍ରାଣୀ ପାଳନ ଉପରେ ଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ସହକାରୀ ନିବନ୍ଧକ ଶ୍ରୀଯୁକ୍ତ ନିହାର ରଞ୍ଜନ ରାଉତରାୟ ସମବାୟ ସମିତି ର ବିଭିନ୍ନ କାର୍ଯ୍ୟକଳାପ ତଥା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ପୁନରୁତ୍ଥାନ ସମ୍ପର୍କରେ ଆଲୋକପାତ କରିଥିଲେ l ସଭାରେ ସଫଳ ବାୟୋଫ୍ଲକ ଚାଷୀ ଭାବରେ ଧର୍ମଶାଳା ବ୍ଲକର ଗଣେଶ ପରିଡାଙ୍କୁ ସମ୍ମାନିତ କରାଯାଇଥିଲା l ସେହିପରି ଭାବେ ରସୁଲପୁର ବ୍ଲକର ଦେବୀ ସରସ୍ଵତୀ ସ୍ଵୟଂ ସହାୟକ ଗୋଷ୍ଠୀ ଗ୍ରାମ ପଞ୍ଚାୟତ ପୋଖରୀ ରେ ମାଛ ଚାଷ କରି ସମ୍ମାନିତ ହୋଇଥିଲେ l ସମସ୍ତ ବାଇଓଫ୍ଲକ ହିତାଧିକାରୀଙ୍କୁ ୱା ଟର ଟେଷ୍ଟିଙ୍ଗ କିଟ ପ୍ରଦାନ କରାଯାଇଥିଲା। ସଭାକୁ ବିଭିନ୍ନ ବ୍ଲକ ରୁ ଆସିଥିବା ବିଭାଗୀୟ କର୍ମଚାରୀ ଦେବାଶିଷ ସ୍ଵାଇଁ, ସନ୍ଦୀପ ଶଙ୍କର ପଟ୍ଟନାଯକ, ଅତନୁ କୁମାର ସ୍ଵାଇଁ, ମୁନି କୁମାରୀ ହେମ୍ବ୍ରମ, ଦିଲ୍ଲୀପ ରାଉତରାୟ, ପର୍ଶୁରାମ ତ୍ରିପାଠୀ, ଅଜୟ କୁମାର ସିଂ, ପ୍ରଣତି ପ୍ରିୟଦର୍ଶିନୀ ସାହୁ, ସତ୍ୟଜିତ ବାରିକ, ସ୍ଵପ୍ନା ମହାନ୍ତି, ଶୁଭଶ୍ରୀ ନାୟକ, ସୁଭଦ୍ରା ସର୍ଦ୍ଦାର, ସସ୍ମିତା ପ୍ରଧାନ, ମନୀଷା ବାନର, ପ୍ରଦୀପ କୁମାର ମଲ୍ଲିକ, କୈଳାଶ ଚନ୍ଦ୍ର ନାୟକ, ସରୋଜିନୀ ସାହୁ, ହି ତେଶ୍ ନାୟକ, ମିହିର ରଞ୍ଜନ ଦାସ, ଅସିତ୍ ଓଝା ପରିଚାଳନା କରିଥିଲେ l ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ମୀରାବାଈ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.