ଯାଜପୁର ଟାଉନ ASI ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

୫୦୦୦ ଟଙ୍କା ସହ ଧରାହେଲେ

ଯାଜପୁର ଟାଉନ ଥାନାର ASI ନନ୍ଦକିଶୋର ଦାସଙ୍କୁ ଓଡିଶା ଭିଜିଲାନ୍ସ ଦଳ ଲାଞ୍ଚ ନେଉଥିବା ବେଳେ ହାତେନାତେ ପକାଇଛି।
ଏକ ପାନ ଦୋକାନ ମାଲିକଙ୍କୁ ଜମି ବିବାଦ ମାମଲାରେ ସହଯୋଗ କରିବା ପାଇଁ
ASI ଦାସ ୧୦ ହଜାର ଟଙ୍କା ଦାବି କରିଥିଲେ,ପରେ ଏହାକୁ କମେଇ ୫ ହଜାର ଟଙ୍କା କରିଥିଲେ।ପୀଡିତ ବ୍ୟକ୍ତି ଭିଜିଲାନ୍ସକୁ ଅଭିଯୋଗ କରିବା ପରେ
ଏକ ଟ୍ରାପ ଆପରେସନ ଚାଲିଥିଲା ଏବଂ ସେଠାରେ ASI ଦାସ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଧରାପଡ଼ିଲେ। ୫,୦୦୦ ଟଙ୍କା ଲାଞ୍ଚ ରାଶି ଜବତ ହୋଇଛି।
ଧରାପକଡ଼ ପରେ ସେଙ୍କ ସମ୍ବନ୍ଧିତ ତିନୋଟି ସ୍ଥାନରେ DA ତଲାଶି ଚାଲିଛି। କଟକ ଭିଜିଲାନ୍ସ ପୋଲିସ୍ ଷ୍ଟେସନ୍ କେସ ନମ୍ବର 34 ଅନୁସାରେ
PC Amendment Act 2018 ର ଧାରା 7 ରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.