ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ଯାଜପୁର ଗସ୍ତ ସହ ସୂଚନା ଅଧିକାର ଆଇନ ର ସମୀକ୍ଷା
ଯାଜପୁର, ୦୭/୦୧/୨୬ ଆଜି ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ମନୋଜ କୁମାର ପରିଡ଼ା, ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନ ସୂଚନା ଅଧିକାରୀ ଏବଂ ସହକାରୀ ଜନ ସୂଚନା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଯାଜପୁର ଜିଲ୍ଲାରେ ୨୦୨୫ ବର୍ଷ ପାଇଁ ସୂଚନା ଅଧିକାର ମାମଲାଗୁଡ଼ିକର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୂରୀଙ୍କ ସହ ଜିଲ୍ଲାର ବିଭିନ୍ନ ଜନ ସୂଚନା ଅଧିକାରୀ (ପିଆଇଓ )ଏବଂ ସହ ଜନ ସୂଚନା ଅଧିକାରୀ ( ଏପିଆଇଓ) ଉପସ୍ଥିତ ଥିଲେ। କମିଶନର ଶ୍ରୀ ପରିଡ଼ା ବୈଠକରେ ସୂଚନା ଅଧିକାର ଆଇନ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ପିଆଇଓ ଏବଂ ପ୍ରଥମ ଆପିଲେଟ ଅଥରିଟିମାନେ କୌଣସିମତେ ଆବେଦନକାରୀଙ୍କୁ ସୂଚନା ଅଧିକାର ଆବେଦନର କାରଣ ପଚାରିବେ ନାହିଁ। ଯଦି ଅନ୍ୟ ବିଭାଗର ଆରଟିଆଇ ଆବେଦନ ପାଇଛନ୍ତି, ତେବେ ଆବେଦନକୁ ଫେରସ୍ତ ନକରି ସଂପୃକ୍ତ ବିଭାଗକୁ ପ୍ରେରଣ କରିବେ। କେବଳ ଦେଶର ସୁରକ୍ଷା, ଅଖଣ୍ଡତା, ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଏବଂ ଦରମା, ଜାତି ଭଳି ବ୍ୟକ୍ତିଗତ ତଥ୍ୟକୁ ସୂଚନା ଅଧିକାର ଆଇନରୁ ବାଦ୍ ଦିଆଯାଇଛି ବୋଲି ମୁଖ୍ୟ ସୂଚନା କମିଶନର ସ୍ପଷ୍ଟ ଭାବେ ବୁଝାଇଥିଲେ। ଲୋକଙ୍କୁ ସଠିକ୍ ସମୟରେ ସଠିକ୍ ସୂଚନା ପ୍ରଦାନ କରିବା ପାଇଁ ସେ ପିଆଇଓମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନା ଅଧିକାର ଆଇନକୁ ପାଳନ କରିବାର ଅର୍ଥ ଗଣତନ୍ତ୍ରକୁ ସମ୍ମାନ ଦେବା ବୋଲି କମିଶନର କହିଥିଲେ। ବୈଠକରେ ଉପସ୍ଥିତ ଜନ ସୂଚନା ଅଧିକାରୀମାନେ ସୂଚନା ଅଧିକାର ସମ୍ପର୍କିତ ବିଭିନ୍ନ ସଂଶୟ ଦୂର କରିଥିଲେ।ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଜନ ସୂଚନା ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହେରା ବୈଠକ କୁ ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post