ବଡ଼ଚଣା,ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ର ଶତବାର୍ଷିକ ପାଳନ ଅବସରରେ ଜିଲ୍ଲା ସଂଘ ଆନୁକୂଲ୍ୟରେ ବଡଚଣା ପ୍ରଖଣ୍ଡ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଶତାଧିକ ସ୍ଵଂୟ ସେବକ ମାନେ ଗଣ ବେଶରେ ଚଣ୍ଡିଖୋଲ ବଜାର ପରିକ୍ରମା କରିବା ପରେ ଅଖଣ୍ଡ ଭାରତ ମାତା ଙ୍କ ସୁଯୋଗ୍ୟ ସନ୍ତାନ ମାନେ ଜାଗ୍ରତ ହେବାର ନିଶ୍ଚିତ ସମୟ ଆସିଯାଇ କଥା ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ରାଷ୍ଟ୍ରବାଦି ସ୍ୱୟଂ ସେବକ ପଣ୍ଡିତ ବିଜୟ ନନ୍ଦ ଯୋଗ ଦେଇ ଅଧୁନା ଦେଶର ରାଜନୈତିକ ଦଳଗୁଡ଼ିକ ଯେଉଁଭଳି ଭାବରେ ରାଜନୈତିକ କ୍ଷମତାକୁ ଚରିତାର୍ଥ କରିବା ପାଇଁ ସବୁ କିଛି ସୀମା ସରହଦ ଲଙ୍ଗନ୍ କରୁଥିବା ଦେଖିବାକୁ ମିଳିଛି, ତାହା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ। ତେବେ ସମସ୍ତ ଦଳ ମାନେ ରାଜନୈତିକ ସ୍ବାର୍ଥ କୁ ପଛରେ ପକାଇ ଜନ୍ମ ଭୂମି, କର୍ମ ଭୂମି ଓ ଦେବ ଭୂମି ଭାରତ ମାତା ସୁରକ୍ଷା , ଗୋ ମାତା ଙ୍କ ରକ୍ଷା ଓ ସୁରକ୍ଷା ଲାଗି ଆମ ସମସ୍ତଙ୍କୁ ଏକ ହେବାକୁ ପଡିବ ଏହାହିଁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଚାର ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଘ ଚାଳକ ପ୍ରମୁଖ ବଟ କୃଷ୍ଣ ଭାଈ, ଜିଲ୍ଲା ଖଣ୍ଡ ସଂଘ ଚାଳକ ମା ଅକ୍ଷୟ କୁମାର ଭାଈ, ବ୍ରଜ ସୁନ୍ଦର୍ ଭାଈ ଯୋଗ ଦେଇ ଥିବା ବେଳେ ପଣ୍ଡିତ ବିଜୟାନନ୍ଦ କର ସଭା ଶାଖା ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନିୟ ବିଧାୟକ ଅମର କୁମାର୍ ନାୟକ ଯୋଗ ଦେଇ ସଙ୍ଘ ଆଦର୍ଶ ଓ ରାଷ୍ଟ୍ର ଭକ୍ତି ବିଚାର ଧାରା ରେ ନିଜକୁ ଅନୁପ୍ରାଣିତ କରିଥିବା କଥା କହିଥିବା ବେଳେ ବହୁ ଯୁବକ ଓ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ।
Sign in
Sign in
Recover your password.
A password will be e-mailed to you.