ଅନୁଗୁଳ:ଗତ ତା. ୧୬.୦୧.୨୦୨୬ ରେ ଅନୁଗୁଳ ଜିଲ୍ଲାର କାନିହା ଅବସ୍ଥିତ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ର ମେଡିକାଲ ଅଫିସର ଡା. ସୁମନ୍ତ କୁମାର ପଟେଲଙ୍କୁ ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରିଛି। ସୂଚନା ଅନୁଯାୟୀ, କମ୍ୟୁନିଟି ହେଲ୍ଥ ଅଫିସର (CHO) ମାନଙ୍କ ପକ୍ଷରେ ଇନସେଣ୍ଟିଭ୍ ମଞ୍ଜୁରି ପାଇଁ ଡା. ପଟେଲ ୪୯ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆଜି CHC କାନିହା ପରିସର ମଧ୍ୟରେ ଉକ୍ତ ଲାଞ୍ଚ ରାଶି ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
ଅଭିଯୁକ୍ତ ଡା. ପଟେଲଙ୍କ ନିକଟରୁ ସମ୍ପୂର୍ଣ୍ଣ ଘୁଷ ରାଶି ଉଦ୍ଧାର କରାଯାଇ ଜବତ କରାଯାଇଛି। ଟ୍ରାପ୍ ପରେ ଆୟରୁ ଅଧିକ ସମ୍ପତ୍ତି (DA) ଦୃଷ୍ଟିକୋଣରୁ ଡା. ପଟେଲଙ୍କ ସହ ସଂପୃକ୍ତ ତିନୋଟି ସ୍ଥାନରେ ସମାନାନ୍ତର ଚଢ଼ାଉ ଚାଲିଛି। ଏହି ଘଟଣା ସମ୍ପର୍କରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୦୨, ତା. ୧୫.୦୧.୨୦୨୬ ରେ ଦୁର୍ନୀତି ନିବାରଣ ଆଇନ ୨୦୧୮ (ସଂଶୋଧିତ) ର ଧାରା ୭ ଅନୁସାରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା ବେଳେ, ଭିଜିଲାନ୍ସ ପକ୍ଷରୁ ଆଗାମୀରେ ଆହୁରି ବିସ୍ତୃତ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.