ଶିକ୍ଷୟତ୍ରୀ ଙ୍କ ଅବସରରେ ଭବବିହ୍ୱଳ ବିଦ୍ୟାର୍ଥୀ ।
ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
ଶିକ୍ଷୟତ୍ରୀ ଙ୍କ ଅବସରରେ ଭବବିହ୍ୱଳ ବିଦ୍ୟାର୍ଥୀ ।
ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ସରକାରୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ଲେଙ୍କାଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟରେ ପାଳିତ ହୋଇଛି।ଏହି ଦୁଃଖଦ ପୂର୍ଣ୍ଣ ଉତ୍ସବ ଟିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଙ୍କ ସହିତ ସ୍କୁଲ କମିଟି ର ସମସ୍ତ ଅଭିଭାବକ ଓ ସଭାପତି ଯୋଗଦାନ କରି ଶ୍ରୀମତୀ ଲେଙ୍କାଙ୍କ ବିଦ୍ୟାଦାନ ର ଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ।ଶିକ୍ଷାଦାନ କୁ ପେଶା ଭାବେ ନନେଇ ନିଶାଭାବେ ଗ୍ରହଣ କରି ଶ୍ରୀମତୀ ସସ୍ମିତା ଲେଙ୍କା ୧୯ବର୍ଷ ଧରି କୋଠାର ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ।ହୁଏତ କୋଠାର ବିଦ୍ୟାଳୟରେ ଏମିତି ଜଣେ ସରଳ ଛାତ୍ରଛାତ୍ରୀ ବତ୍ସକ ଏବଂ ଆଦର୍ଶ ଗୁରୁମା ଟେ ମିଳିବା ବିରଳ ହୋଇପାରେ।ଶ୍ରୀମତୀ ସସ୍ମିତା ଲେଙ୍କା ଜୁଲାଇ ୧ତାରିଖ୨୦୦୬ ମସିହାରେ କୋଠାର ହାଇସ୍କୁଲରେ ଶିକ୍ଷା ସହାୟିକା ଭାବରେ ଯୋଗଦାନ କରି କୋଠାର ବିଦ୍ୟାଳୟରେ ନିଜର କର୍ମ ଭୂମି ଭାବରେ ଦୀର୍ଘ ୧୯ ବର୍ଷ ନିଜର ସେବା ଜାରି ରଖିଥିଲେ।