ଶିଳ୍ପୀଙ୍କ ହକ୍କ ପାଇଁ ଦାବିର ଦବଦବା”

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ।

ଉତ୍କର୍ଷ କଳାର ରାଜ୍ୟ ଆମ ଓଡ଼ିଶା।କୃଷି ପରେ ଏକ ପ୍ରମୁଖ ସ୍ବାବାଲମ୍ବୀ କ୍ଷେତ୍ର ଭାବେ ହସ୍ତ ଶିଳ୍ପ ଓ ହସ୍ତତନ୍ତ ଉପରେ ୧୦ ଲକ୍ଷରୁ ଅଧିକ ଲୋକ ନିୟୋଜିତ ଅଛନ୍ତି।ଓଡ଼ିଆ ଅସ୍ମିତା ର ପରିଚୟ ଆମ ଶିଳ୍ପୀ ଓ ବୁଣାକାର ଜାତି।ଓଡ଼ିଶା ସରକାର କାରିଗର ଓ ବୁଣାକାର ଙ୍କ ପାଇଁ ଅନେକ ଯୋଜନା କରିଛନ୍ତି।ମାତ୍ର ଯୋଜନା ମାଳ ମାଳ କିନ୍ତୁ ତାକୁ ଚଳେଇବା ବେଳକୁ ସରକାର ଙ୍କ ଅନୁଭବ ଭାରି ଦୁର୍ବଳ।ଆଜି ଭଦ୍ରକ ଜିଲ୍ଲା ଓଡ଼ିଶା ଶିଳ୍ପୀ ମହାସଂଘ ଶାଖା ପକ୍ଷରୁ ଶହ ଶହ ଶିଳ୍ପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ  ଭଦ୍ରକ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ପୂର୍ବ ସରକାର ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଟ ବୁଣାକାର ଓ କାରିଗର ସହାୟତା ଯୋଜନା ଲାଗୁ କରିଥିଲେ।ଏହି ଯୋଜନା ରେ ପାଖା ପାଖି ୧୫୦୦ରୁ ଉର୍ଦ୍ଧ ବରିଷ୍ଠ ବୁଣାକାର ମାସିକ ୨୦୦୦ ଟଙ୍କା ପାଉଛନ୍ତି।୪୦ବର୍ଷ ର ମହିଳା ୫୦ବର୍ଷର ପୁରୁଷ ବୁଣାକାର ଏବଂ ହସ୍ତଶିଳ୍ପୀ ଏହି ଯୋଜନାରେ ଲାଭାର୍ଥି ହୋଇ ପାରିବେ ବୋଲି ସରକାରୀ ନିୟମ ରହିଛି। ସେହିଭଳି ଓଡ଼ିଶା ଶିଳ୍ପୀ ମହାସଂଘ୍ ର ପ୍ରଗାଡ ଉଦ୍ୟମ ବଳରେ ଗଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ରାଜ୍ୟ ସରକାର ଗଠନ କରିବା କୁ ଏହି ପ୍ରତିବାଦ ଶୋଭଯାତ୍ରା ମାଧ୍ୟମରେ ଦବିକରିଥିଲେ।ଏହି ପ୍ରତିବାଦ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ ରାଜ୍ୟ ସଭାପତି  ଉଦୟ ମହାନ୍ତି ଓ ରାଜ୍ୟ ସମ୍ପାଦକ ପ୍ରିୟରଞ୍ଜନ କର ଏବଂ ଜିଲ୍ଲା ସଭାପତି ଓଡ଼ିଶା ଶିଳ୍ପୀ ମହାସଂଘ ର ଆନନ୍ଦ ଚରଣ ନାୟକ ପ୍ରମୁଖ ଯୋଗଦାନ କରିଥିଲେ।

 

Leave A Reply

Your email address will not be published.