କଟକ: ଓଡ଼ିଶାରେ ଶୀତ ପ୍ରକୋପ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ଗରିବ ଓ ନିଃସହାୟ ବୃଦ୍ଧ–ବୃଦ୍ଧାଙ୍କୁ ଥଣ୍ଡାରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଏକ ମାନବିକ ପଦକ୍ଷେପ ଗ୍ରହଣ କରାଯାଇଛି।
କଟକ ବକ୍ସିବଜାର ସ୍ଥିତ ଅମରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସମିତି ପକ୍ଷରୁ ଶୀତବସ୍ତ୍ର (କମ୍ବଳ) ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଟକ ପଟାପୋଲ ତେଲୁଗୁ ବସ୍ତିର ଅନେକ ଗରିବ ଓ ନିଃସହାୟ ବୃଦ୍ଧ–ବୃଦ୍ଧାମାନେ କମ୍ବଳ ଗ୍ରହଣ କରି ସମିତି ଓ ସମିତିର କାର୍ଯ୍ୟକର୍ତ୍ତାମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
ଉକ୍ତ କମ୍ବଳ ବଂଟନ କାର୍ଯ୍ୟକ୍ରମରେ ଓଡ଼ିଶା ତଥା କଟକର ବିଶିଷ୍ଟ ବ୍ୟବସାୟୀ ଓ ସମାଜସେବୀ ପ୍ରହଲ୍ଲାଦ ଖଣ୍ଡେଲୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଧର୍ମ ଜାଗରଣ ସମିତିର ପୂର୍ବ ଭାରତ କ୍ଷେତ୍ର ପ୍ରମୁଖ ବିନୟ କୁମାର ଭୁୟାଁ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ସେବାମୂଳକ କାର୍ଯ୍ୟରେ ରାଜ୍ୟ ଧର୍ମ ଜାଗରଣ ସମିତିର ସଭାପତି ଚନ୍ଦ୍ରକାନ୍ତ ପ୍ରଧାନ, ଉପସଭାପତି ବିଜୟ ଅଗ୍ରୱାଲ, କଟକ ଜିଲ୍ଲା ସଂଯୋଜକ ମନୋହର ମହନ୍ତଙ୍କ ସହ ଆର୍. ରାମ୍ ବାବୁ, ବିଶ୍ଵଜିତ୍ ମହାନ୍ତି, ସାର୍ଥକ ନାୟକ, ଆଶିଷ୍ ସାହୁ, ଗୋପିନାଥ ସେଠୀ, ଏନ୍. ଶିବଶଙ୍କର ରାଓ, ଜି. ଭାସ୍କର ରାଓ ଓ ଏ. ଆଦିନାରାୟଣ ରାଓ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଧ୍ରୁବ ଚରଣ ବେହେରା ଏପରି ସାଧୁ ଓ ସେବାମୂଳକ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.