ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ତ୍ରୀଦିବସୀୟ ଯଜ୍ଞତ୍ସବ ସମାପ୍ତ

ଯାଜପୁର, 24/11: ବଡଚଣା ବ୍ଲକର ଭୂଷଣ୍ଡପୁର ପଂଚାୟତ ଅନ୍ତର୍ଗତ ଖଣ୍ଡିଆ ବନ୍ଧୀ ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନିମନ୍ତେଣ କରି ଆୟୋଜିତ ତ୍ରିଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଆଜି ସନ୍ଧ୍ୟାରେ ପୂଣ୍ଣାହୁତି ସହ ଶେଷ ହେଲା। ଏହି ବିଶାଳ ଯଜ୍ଞତ୍ସବ ଶାଳପଡା ପଂଚାୟତର ବାଉଁଶମୂଳୀ ଗ୍ରାମରେ ଯଜ୍ଞ କ୍ରିୟାନୁଷ୍ଠାନ କମିଟି ଆନୁକୂଳ୍ୟରେ ୨୧ ରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପୁରୋହିତ ଏବଂ ଖଣ୍ଡିଆ ବନ୍ଧୀ ଶ୍ରୀ ଜଗନ୍ନାଥ ଟ୍ରଷ୍ଟର ମୁଖ୍ୟ ପ୍ରକାଶ ସାହୁ ମା ଚଣ୍ଡିଖୋଲରୁ ଆଜ୍ଞାମାଳ ଆଣି ଯଜ୍ଞମଣ୍ଡପରେ ସଂସ୍ଥାପନ କରି ଯଜ୍ଞର ଆରମ୍ଭ କରିଥିଲେ। ପ୍ରକାଶ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ସମ୍ପୁର୍ଣ୍ଣା ସାହୁ କର୍ତ୍ତା–କର୍ତ୍ତୀ ଭାବେ ଯଜ୍ଞମଣ୍ଡପରେ ଉପବେଷ୍ଟିତ ହୋଇ ଘୃତାହୁତି ଦାନ ଓ ପୂଣ୍ଣାହୁତି ପ୍ରଦାନ କରିଥିଲେ। ମୁଖ୍ୟ ବେଦଞ୍ୟ ପଣ୍ଡିତ ବିଜୟ କୁମାର କର ଶର୍ମାଙ୍କ ନେତୃତ୍ୱରେ ସହଯୋଗୀ ପଣ୍ଡା ବୃନ୍ଦ—ସନ୍ତୋଷ ପାଢୀ, ଆଲୋକ ଚନ୍ଦ୍ର ପଣ୍ଡା, ଅମର ପ୍ରସାଦ ଦାଶ, ଦେବାସିସ୍ ଶତପଥି, ତ୍ରିଲୋଚନ ପଣ୍ଡା ଓ ଶ୍ରୀନିବାସ ପଣ୍ଡାଙ୍କ ବେଦମନ୍ତ୍ର ଉଚ୍ଚାରଣରେ ମଣ୍ଡପ ଓ ପିଠସ୍ଥଳୀ ଭକ୍ତିମୟ ଓ ପବିତ୍ର ପରିବେଶରେ ମାତିଥିଲା। ଯଜ୍ଞ ଆନୁଷ୍ଠାନ ଅନୁସାରେ ଅଙ୍କୁରାରୋପଣ, କଳସାଧିବାସ, ଗୋପୂଜା, ସୂର୍ଯ୍ୟପୂଜା, ଗୀତାପାଠ, ଅର୍ଘ୍ୟଦାନ, ଗୁରୁପୂଜା, ଧରିତ୍ରୀପୂଜା, ହନୁମାନ ଚାଳୀସା, ଭାଗବତ ପାଠ ଏବଂ ଯଜ୍ଞାହୁତି ଅନୁଷ୍ଠାନିକ ପ୍ରଥାନୁଯାୟୀ ସମ୍ପନ୍ନ ହୋଇଥିଲା। ତିନି ଦିନ ଧରି ଯଜ୍ଞ ସ୍ଥଳୀରେ ଶତାଧିକ ଭକ୍ତ, ଶ୍ରଦ୍ଧାଳୁ, ସାଧୁ–ସନ୍ତଙ୍କ ଉପସ୍ଥିତି ଦେଖାଗଲା। ସନ୍ଧ୍ୟା ବେଳେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅହୋରାତ୍ର ଆନନ୍ଦ ବଜାର ଭକ୍ତମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲା।

Leave A Reply

Your email address will not be published.