ଯାଜପୁର, ୧୭ ଜୁଲାଇ (ନାରାୟଣ ରଥ) – ଡିଜିଟାଲ୍ ଯୁଗ ଓ ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ମାନବ ଜୀବନକୁ ସୁବିଧା ଜନକ କରିଛି। ଏହି ଯୁଗରେ ସୋସିଆଲ୍ ମିଡ଼ିଆ, ବିଶେଷତଃ ଟ୍ୱିଟର (ବର୍ତ୍ତମାନ ‘X’), ଏକ ପ୍ରଭାବଶାଳୀ ମଞ୍ଚ ଭାବେ ଉଭୟ ସରକାର ଓ ଜନସାଧାରଣ ମଧ୍ୟରେ ସଂଯୋଗ ସୃଷ୍ଟି କରିଛି। ଟ୍ୱିଟର ମାଧ୍ୟମରେ ନିଜ ଅଭିଯୋଗ ଓ ଆବଶ୍ୟକତା ସରକାରୀ ବିଭାଗଙ୍କ ପାଖକୁ ଶୀଘ୍ର ଭାବରେ ପହଁଚିବାର ସୁଯୋଗ ମିଳୁଥିବା ବେଳେ, ଏହାକୁ ଅଣଦେଖା କରିବା ଫଳରେ ଏକ ଦୁଃଖଦ ଘଟଣା ଘଟିଛି। ବାଲେଶ୍ୱର ଏଫ୍.ଏମ୍. ଅଟୋନୋମସ୍ କଲେଜର ଛାତ୍ରୀ ସୋମ୍ୟଶ୍ରୀ ବିଶି, ଟ୍ୱିଟର ମାଧ୍ୟମରେ ରାଜ୍ୟ ସରକାର, କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଜଣାଇଥିଲେ। ଦୁଃଖର ବିଷୟ ହେଉଛି ତାଙ୍କ ଟ୍ୱିଟ୍କୁ ଅବହେଳା କରାଯିବାରୁ ସେ ଆତ୍ମହତ୍ୟା ପଥକୁ ଚାଲିଗଲେ। ଏହା ଏକ ମାନବିକ ବିଫଳତା ଓ ତନ୍ତ୍ରର ଅନ୍ତଃଶୂନ୍ୟତାକୁ ପ୍ରକାଶ କରେ। ଏହି ଦୁଃଖଦ ଘଟଣା ପରେ, ଟ୍ୱିଟର ଆକ୍ଟିଭିଷ୍ଟ ମାନେ ଏହାକୁ ନେଇ ଗଭୀର ଚିନ୍ତା ଓ ବିରୋଧ ପ୍ରକାଶ କରିଛନ୍ତି। ଯାଜପୁର ଜିଲ୍ଲାର ମହାବିନାୟକ ମନ୍ଦିର ସମ୍ମୁଖରେ “ଆସୋସିଏସନ ଅଫ୍ ଟ୍ୱିଟର ଆକ୍ଟିଭିଷ୍ଟ (ATA)” ର ଜିଲ୍ଲା ଶାଖା ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ସଂଯୋଜକ ସବ୍ୟସାଚୀ ସାହୁ ଓ ଟ୍ୱିଟର ବଏ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ୱିଟର ମାଧ୍ୟମରେ ଆସୁଥିବା ଅଭିଯୋଗ ଓ ଅନୁରୋଧ ଉପରେ ଅନ୍ତର୍ଗତ ମନୋଭାବ ରଖି କାର୍ଯ୍ୟ ନିଷ୍ପାଦନ କରାଯାଉ। ଏହି ପ୍ଲାଟଫର୍ମ ଜରିଆରେ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡିକୁ ଅଣଦେଖା କରାଯିବା ନାହିଁ।ମାସକୁ ଥରେ ଟ୍ୱିଟର ନିମନ୍ତେ ସମୀକ୍ଷା ବୈଠକ ଲୋକସଭା ଭବନରେ ବସିବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଶିକ୍ଷାନୁଷ୍ଠାନ ଗୁଡିକୁ କୌଶଳ ଗ୍ରହଣ କରିବା ଉଚିତ। ଏହି ଘଟଣା କୌଣସି ରାଜନୈତିକ ରଙ୍ଗ ନୁହେଁ, ବରଂ ଏକ ମାନବିକ ସଚେତନତାର ଅନୁଷ୍ଠାନ। ସାଧାରଣ ଲୋକଙ୍କ ଗୁହାରି ଶୁଣି ତାହାକୁ ସମାଧାନ ଦେବା ଦାୟିତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଭାବେ ଦେଖିବା ଦରକାର। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏହି ଦାବି ଜଣାଇଯାଇଛି ଯେ, ଏପରି ଦୁଃଖଦ ଘଟଣା ଆଗକୁ ପୁନରାବୃତ୍ତି ନ ହୁଏ, ଏହି ପ୍ରତିଟି ଅଭିଯୋଗକୁ ଗମ୍ଭୀରତାରେ ନିଆଯାଉ, ଓ ଏହି ଡିଜିଟାଲ ମଞ୍ଚ ଯଥାର୍ଥ ଉଦ୍ଦେଶ୍ୟରେ ବ୍ୟବହୃତ ହେଉ।
Twitter Ignored, A Life Ended
“Twitter Activists Demand Action After Somyashree’s Death”
#ATA_Protest #Jajpur_Activists #ATA_Jajpur #JusticeForSomyashree #SocialMediaMatters
#Twitter_Protest
Sign in
Sign in
Recover your password.
A password will be e-mailed to you.
Next Post