ଯାଜପୁର ୧୬/୦୭ ବାଲେଶ୍ୱର ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବଡଚଣା ବ୍ଲକ୍ ଯୁବ କଂଗ୍ରେସ ପକ୍ଷରୁ ଚଣ୍ଡିଖୋଲ ଛକ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜନ କରାଯାଇ ଥିଲା।ବଡଚଣା ବ୍ଲକ୍ ଯୁବ କଂଗ୍ରେସ ସଭାପତି ଜୟ ପ୍ରକାଶ ବିଶ୍ବାଳ ଙ୍କ ନେତୃତ୍ଵରେ ବହୁ ଯୁବ କଂଗ୍ରେସ କର୍ମୀ ଏକ କ୍ୟାଣ୍ଡେଲ୍ ଶୋଭା ଯାତ୍ରାରେ ଚଣ୍ଡିଖୋଲ ଛକ ପରିକ୍ରମା କରିବା ପରେ ଛକ ଥିବା ବୁଦ୍ଧ ପ୍ରତିମୂର୍ତ୍ତି ନିକଟରେ ଏକ ପ୍ରତିବାଦ ସଭା ଯୁବ କଂଗ୍ରେସ ସଭାପତି ଜୟ ପ୍ରକାଶ ବିଶ୍ବାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥଲା। ଏବଂ ପ୍ରତିବାଦରେ ମୁଖ୍ୟା ମନ୍ତ୍ରି ଓ ଶିକ୍ଷ୍ୟା ମନ୍ତ୍ରୀ ଙ୍କ ପୋଷ୍ଟର ରେ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ଥିଲେ।ଏଥିରେ ବକ୍ତ ମାନେ ଏହି ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଦାବୀ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ , ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଓ ବାଲେଶ୍ୱର ସାଂସଦ ତୁରନ୍ତ ଇସ୍ତଫା ଦେବାକୁ ଦାବିକରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରପ୍ରସାଦ ବିଶ୍ୱାଳ, ସରୋଜ କୁମାର ଜେନା ପ୍ରମୋଦ ବିଶ୍ବାଳ, ସାତ୍ୟ ପ୍ରକାଶ ବିଶ୍ବାଳ, ସୁମନ୍ତ ଜେନା, ମନୋଜ ସ୍ବାଇଁ, ଉଦୟ ଭାନୁ ରାଉତ, ସତ୍ୟ ବ୍ରତ ଦଳେଇ ସମେତ ବହୁ ଯୁବ କଂଗ୍ରେସ କର୍ମୀ ଆଜି ମହମ ବତୀ ଶୋଭାଯାତ୍ରାରେ ଭାଗନେଇଥିଲେ। https://youtu.be/B1WKI0IPQUk?si=t6aTMS7ml7WyoSEk #congressprotest
Sign in
Sign in
Recover your password.
A password will be e-mailed to you.