୪୨ ତମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ବିଶ୍ଵଭାରତୀ ୨ ରନରେ ବିଜୟୀ।

୪୨ ତମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ବିଶ୍ଵଭାରତୀ ୨ ରନରେ ବିଜୟୀ।

ଚଣ୍ଡିଖୋଲ ୧୨/୧ ବଡଚଣା ବ୍ଲକ୍ ନିଶିମଳା ଖେଳ ପଡିଆରେ ସତ୍ୟନାରାୟଣ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ଆୟୋଜିତ ୪୨ତମ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ର ଦ୍ୱିତୀୟ କ୍ୱାଟର ଫାଇନାଲ ଖେଳରେ କଟକ ବିଶ୍ଵଭାରତୀ କ୍ରିକେଟ ଟିମ କେନ୍ଦ୍ରାପଡ଼ା ର ବାଲାବାବା ଟିମକୁ ୨ରନ ହରାଇ ବିଜୟୀ ହାସଲ କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଶିରୀଶ ସାମଲ,ମୁଖ୍ୟ ବକ୍ତା ଭାବେ ଚଣ୍ଡିଖୋଲ ବାର ଆସୋସିଏସନ ସମ୍ପାଦକ ପ୍ରକାଶ ଦାସ,ସମ୍ମାନୀତ ଅତିଥି ଅମୁଲ୍ୟ ଜେନା ଓ ପ୍ରମୋଦ ଜେନା ଥିଲେ।କଟକର ବିଶ୍ଵଭାରତୀ ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭର ରେ ୧୭୪ରନ ସଂଗ୍ରହ କରିଥିଲେ। ସମ୍ବିତି କୁମାର ସାହୁ ସର୍ବାଧିକ ୩୨ ବଲରେ ୭୮ ରନ ସଂଗ୍ରହ କରିଥିଲେ। ପରୋକ୍ଷରେ ବାଲାବାବା କେନ୍ଦ୍ରାପଡ଼ା ନିର୍ଦ୍ଧାରିତ ୨୦ ଓଭରରେ ୪ ୱାଇକେଟରେ ୧୭୨ ରନ କରି ୨ରନ ରେ ପରାଜୟ ବାରଣ କରିଥିଲେ।ଦଳ ପକ୍ଷରୁ ବିଭୁତି ଭୂଷଣ ମଲିକ ୨୮ବଲରେ ୭୦ ରନ କରିଥିଲେ। ବନଦୁର୍ଗା ଜୁଏଲାରୀ ମାଲିକ ଆକାଶ ସାହୁ ମ୍ୟାନ ଅଫ ଦ ମ୍ୟାଚ ଟ୍ରଫି ସନ୍ଦୀପ କୁମାର ସାହୁ ଙ୍କୁ ପ୍ରଦାନ କରିଥିଲେ।ଉପଦେଷ୍ଟା ଅନିଦ୍ୟ ସାମଲ,ଉତ୍ତମ ଜେନା,ନଗେଶ ଜେନା, ଅଧ୍ୟାପକ ତପନ ଜେନା,ପ୍ରଦୀପ ଜେନା,ବସନ୍ତ ଜେନା,ମକାରଧ୍ୱଜ ଦାସ ଓ ପ୍ରେସ କ୍ଳବ ଚଣ୍ଡିଖୋଲର ଉପସଭାପତି ସମରେନ୍ଦ୍ର ମାହାଲା,ମହେଶ୍ୱର ରାଉତ, ମହନୀ ଖିଲାର, ହେମନ୍ତ ଦାସ ସୁଶାନ୍ତ ନାୟକ,ଙ୍କୁ ସମ୍ମାନିତ କରିଥିବାର ସଭାପତି ପ୍ରୀତମ ନାୟକ ପ୍ରକାଶ କରିଥିଲେ।ଯଚିନ୍ଦ୍ର ନାୟକ,ଓ ସତ୍ୟରଞ୍ଜନ ସାମଲ ଖେଳ ପରିଚାଳନା କରିଥିଲେ,ଧାରା ବିବେରାଣୀ ଅବିନାଶ ଜେନା,ଓ ପର୍ଜେଷ ସ୍ୱାଇଁ ପ୍ରଦାନ କରିଥିଲେ। ସତ୍ୟନାରାୟଣ କ୍ଳବର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

Leave A Reply

Your email address will not be published.