୭୦ ହଜାର ଚାଖୁଣ୍ଡାଗଛର ଡାଳ ନିଲାମ! କୁଚକ୍ରୀ ଗୋଷ୍ଠୀକୁ ପଛରେ ପକାଇ କେଶବ ସାମଲ ଚର୍ଚ୍ଚାରେ

ଯାଜପୁର (ବଡଚଣା )– ଗଛ ନିଲାମ ହେବା ଖବର ଆପଣ ସୁଣିଥିବେ, କିନ୍ତୁ ଗଛର ଡାଳ ନିଲାମ ହେବା ତାହା ସୂନି କେଉଁଠିନି ଆଶ୍ଚର୍ଯ୍ୟ ଲାଗିଥାଏ। ଏମିତି ଏକ ଅଭୂତପୂର୍ବ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଅନ୍ତର୍ଗତ ବନ୍ଦରେଶ୍ୱର ଗ୍ରାମରେ।ଗ୍ରାମରେ ଥିବା ଦୁଇ ଶତାବ୍ଦୀ ପୁରୁଣା ଏକ ବିଶାଳ ଚାଖୁଣ୍ଡା ଗଛର ଡାଳ ଭାଙ୍ଗି ପଡ଼ିବା ପରେ ଗ୍ରାମର କିଛି ଅସାମାଜିକ ଗୋଷ୍ଠୀ ଏହାକୁ ନିଜ ଲାଭ ପାଇଁ ବିକ୍ରି କରିବା ପାଇଁ ଚେଷ୍ଟା କରୁଥିଲେ। ଏନେଇ ଗ୍ରାମରେ ଉତ୍ତେଜନା ଓ ବିବାଦ ଦେଖିବାକୁ ମିଳିଥିଲା।ଏହି ପରିସ୍ଥିତି ଅନ୍ତର୍ଗତ ବନ୍ଦରେଶ୍ୱର ରାଜସ୍ୱ ନୀରୀକ୍ଷକଙ୍କ ହସ୍ତକ୍ଷେପରେ ଗଛ ଡାଳକୁ ସରକାରୀ ନିଲାମି ମାଧ୍ୟମରେ ବିକ୍ରି କରାଯିବା ପାଇଁ ନୋଟିସ୍ ଜାରି ହେଲା। ତାପରେ ଦର୍ପଣ ତହସିଲ ଅଫିସ୍ ରେ ଅନଲାଇନ୍ ନିଲାମ ଆୟୋଜିତ ହେଲା, ଯାହାର ବେଷ୍ଟ୍ ପ୍ରାଇସ ଥିଲା ୨୫୦୦ ଟଙ୍କା।
ନିଲାମିରେ ଗ୍ରାମର ୫ ଜଣ ଅଂଶଗ୍ରହଣ କଲେ, ତେବେ ସମସ୍ତଙ୍କୁ ପଛରେ ପକାଇ କେଶବ ଚନ୍ଦ୍ର ସାମଲ ନାମକ ଜଣେ ସାମାଜିକ ସଚେତନତା ଥିବା ବ୍ୟକ୍ତି ୭୦,୦୦୦ ଟଙ୍କା ଦେଇ ଏହି ଗଛ ଡାଳ ନିଲାମି ନେଲେ। ସେଠାରୁ ମିଳିଥିବା ସମସ୍ତ ରାଶି ସରକାରୀ ଖାତାକୁ ଯାଇଥିବା ଓ ଏହି ଅର୍ଥ ସାମାଜିକ ଉନ୍ନତି କାର୍ଯ୍ୟ ପାଇଁ ବ୍ୟବହୃତ ହେବ ବୋଲି ସେ ଘୋଷଣା କରିଛନ୍ତି। ଗ୍ରାମରେ ଏହି ଘଟଣା ପରେ କେଶବ ସାମଲଙ୍କ ଶୂରତା, ସାହସ ଓ ସଚେତନତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗୋଟିଏ ସାଧାରଣ ଡାଳ ଉପରେ ନିଲାମ ମାଧ୍ୟମରେ ୭୦ ହଜାର ଟଙ୍କା ଆସିଥିବା ଘଟଣା ଗାଁର କୁଚକ୍ରୀ ଗୋଷ୍ଠୀକୁ ମୁହଁ ଭୋଗିବାକୁ ବାଧ୍ୟ କରିଛି।ଏହା ପ୍ରମାଣିତ କରେ ଯେ, ସଚେତନ, ସାହସୀ ଓ ଦୃଢ଼ ଚେଷ୍ଟା କରୁଥିବା ବ୍ୟକ୍ତି ହିଁ ପ୍ରକୃତ ଅର୍ଥରେ ସମାଜର ନେତୃତ୍ୱ ନେଇପାରନ୍ତି।

Leave A Reply

Your email address will not be published.