ବୈରୀ ପୋଲିସଙ୍କ ସଫଳତା: ୧୩ବର୍ଷର ନାବାଳିକା ଝିଅ ଉଦ୍ଧାର, ପରିବାର ସହ ପୁନଃମିଳନ

ବୈରୀ ପୋଲିସଙ୍କ ସଫଳତା: ନାବାଳିକା ଉଦ୍ଧାର, ପରିବାର ସହ ପୁନଃମିଳନ

ବୈରୀ ପୋଲିସ ଦଳ ସଫଳତାର ସହ ଏକ ନାବାଳିକା ଝିଅଙ୍କୁ ଖୋଜି ଉଦ୍ଧାର କରିଛନ୍ତି। ଏହା ସମ୍ବନ୍ଧରେ ଥାନା କେସ୍ ନମ୍ବର ୩୩/୨୬ ରେ ମାମଲା ରୁଜୁ କରାଯାଇଥିଲା। ୧୩ବର୍ଷର ନା ବାଳିକା ଝିଅ ଗତ ୧୦ ତାରିଖରେ କୁଆଡେ ପଲେଇ ଯାଇଥିଲା।
ପୋଲିସ ତଦନ୍ତ ଓ ଖୋଜାଖୋଜି ପରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଶାଳପଡ଼ା ପଞ୍ଚାଯତ ନୁନୁଟିକିରୀ ଅଞ୍ଚଳର ସୁରେନ୍ଦ୍ର ଦେହୁରୀ ଝିଅ ଜଣା ପଡ଼ିଛି।ପରବର୍ତ୍ତୀକାଳରେ ସମସ୍ତ ଆବଶ୍ୟକୀୟ ଆଇନୁନ୍ମୁଖୀ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ତାଙ୍କୁ ପରିବାର ସଦସ୍ୟଙ୍କ ହସ୍ତାନ୍ତର କରାଯାଇଛି।
ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.