ଚୋରି ମାମଲାରେ ବୈରୀ ପୁଲିସର ସଫଳତା : ଅଭିଯୁକ୍ତ ଗିରଫ, ସୁନା ଗହଣା ସହ ମୋବାଇଲ୍ ଉଦ୍ଧାର
ଯାଜପୁର ଜିଲ୍ଲାର ଛତିଆ ଏକଡ଼ାଳିଆ ଅଞ୍ଚଳର ସୁମିତ୍ରା ପୃଷ୍ଟୀଙ୍କ ଘରୁ ଚୋରି ଘଟଣାକୁ ନେଇ ଗତ ୨୨ ତାରିଖରେ ବୈରି ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅଭିଯୋଗକୁ ଆଧାର କରି ବୈରି ପୁଲିସ କେସ ନମ୍ବର ୪୬/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ପୁଲିସ ଆଜି ସକାଳେ ଅଭିଯୁକ୍ତ ସମୀର କୁମାର ପୃଷ୍ଟୀ (ବୟସ ୩୧), ପିତା ଅଜୟ ପୃଷ୍ଟୀ, ଗ୍ରାମ ବାନ୍ତାଳା, ଥାନା ବୈରି, ଜିଲ୍ଲା ଯାଜପୁରଙ୍କୁ ଧରିବା ସହ ତାଙ୍କ ଅଧିକାରରୁ ଚୋରି ହୋଇଥିବା ଗୋଟାଏ ସୁନା ଚେନ୍, ମଙ୍ଗଳସୂତ୍ର, ଗୋଟିଏ ସୁନା ଆଙ୍ଗୁଠି, ଗୋଟିଏ ଯୋଡ଼ା ସୁନା କାନଫୁଲ ଓ ଗୋଟିଏ Vivi Y 29 ମୋବାଇଲ୍ ଫୋନ୍ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ପରବର୍ତ୍ତୀ ଆଇନଗତ କାର୍ଯ୍ୟବାହୀ ଜାରି ରଖିଥିବା ବେଳେ ଉଦ୍ଧାର ସାମଗ୍ରୀ ସିଜ୍ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।