ଵିଶ୍ଵ ମହିଳା ଦିବସ ପାଳନ ଓ ଆଇନ୍ ସଚେତନତା ସଭା ।
*************************
ଯାଜପୁର ତା ୮.୩. ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଲକ୍ ଅନ୍ତର୍ଗତ ବିଚିତ୍ରପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯିବା ସହିତ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ପ୍ରାଧିକରଣ ସଚିବ ତଥା ଅତିରିକ୍ତ ବରିଷ୍ଠ ଦେଓ୍ଵାନୀ ବିଚାରପତି ନେହା ଅଗ୍ରଓ୍ଵାଲ୍ ଅଧ୍ୟକ୍ଷତା କରି ଜାତୀୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟଧାରା ଏବଂ ନୂତନ ଆଶା କାର୍ଯ୍ୟକ୍ରମ ସଚେତନତା, ସହଯୋଗ, ସାହାଯ୍ୟ ଓ କାର୍ଯ୍ୟାନ୍ଵୟନ ବିଷୟରେ ଆଲୋଚନା କରିଥିଲେ। ଏଥିରେ ଅତିଥି ଆଲୋଚକ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀରୋଗ ଓ ପ୍ରସୂତିତନ୍ତ୍ର ବିଭାଗର ଡାକ୍ତର ଶାନ୍ତିପ୍ରିୟା ମୁର୍ମୁ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ କୁମାରସେନ ସେନାପତି, ଏଲ୍ ପି ଓ ରୋଜାଲିନ୍ ପଣ୍ଡା ପ୍ରମୁଖ ଯୋଗଦେଇ ପିଏନଡିଟି ଆକ୍ଟ, ବାଲ୍ୟବିବାହ ନିରୋଧ ଆଇନ୍, ଶିଶୁ ଶୋଷଣ ବିରୋଧି ଆଇନ୍, ଶିଶୁ ଅଧିକାର, କାର୍ଯ୍ୟକ୍ଷେତ୍ର ମହିଳାଙ୍କ ପ୍ରତି ହେଉଥିବା ଯୌନଗତ ଶୋଷଣ ବା ଅନୁଚିତ ବ୍ୟବହାର, ଯୌତୁକ ସମ୍ବନ୍ଧୀୟ ସଚେତନତା ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ସହିତ ବିଶ୍ବ ମହିଳା ଦିବସ ପାଳନର ମହତ୍ତ୍ଵ ସହିତ ଚଳିତ ବର୍ଷର କଥାବସ୍ତୁ ଦେଇ ପାଇବା ଗିଭ୍ ଟୁ ଗେନ୍ ଓ ପ୍ରତ୍ୟେକ ମହିଳା ଏବଂ ବାଳିକା ଙ୍କ ଅଧିକାରକୁ ସୁରକ୍ଷିତ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।ସ୍ଥାନୀୟ ସରପଞ୍ଚ ଶ୍ରୀ ଦେବାଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଭାଗନେଇଥିବା ମହିଳାମାନେ ହାତରେ ବିଭିନ୍ନ ପ୍ରକାର ସଚେତନତାଧର୍ମୀ ପ୍ଲା କାର୍ଡ ଧରି ସଭା ପୂର୍ବରୁ ଏକ ଶୋଭାଯାତ୍ରା ରେ ବାହାରି ଶିକ୍ଷଣୀୟ ଆଘୋଷମାନ ଶୁଣାଇଥିଲେ। ସଭା ଶେଷରେ ମହିଳା ଶୃଙ୍ଖଳର ଆୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ କର୍ମଚାରୀ ଓ ପଞ୍ଚାୟତ ଜନପ୍ରତିନିଧି କର୍ମଚାରୀଗଣ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.