ଟାଙ୍ଗୀରେ ଶ୍ରୀ ଜଗନ୍ନାଥଙ୍କ ପାଞ୍ଚରାତ୍ର ମହୋତ୍ସବ

ସୁବଷ କୁମାର ରାଉତ ଙ୍କ ରିପୋର୍ଟ୍

ଟାଙ୍ଗୀ, ୧୦ /୦୩: (କଳିଙ୍ଗ ୭ ନିୟୁଜ) ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଟାଙ୍ଗୀ ଖେଳ ପଡ଼ିଆରେ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ, ଚୌଦ୍ୱାର-ଟାଙ୍ଗୀ, କଟକ ପକ୍ଷରୁ ଭବ୍ୟ ଭାବେ ଶ୍ରୀ ଜଗନ୍ନାଥଙ୍କ ପାଞ୍ଚରାତ୍ର ଓ ମହୋତ୍ସବ ଅନୁଷ୍ଠିତ ହେଉଛି। ଗତ ୫ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୯ ମାର୍ଚ୍ଚ ସୋମବାର ପର୍ଯ୍ୟନ୍ତ ଚାଲିବ।
ଉତ୍ସବ ଅବସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚବିଶି ବେଶ ପ୍ରଦର୍ଶନ ଭକ୍ତମାନଙ୍କୁ ଆକର୍ଷିତ କରୁଛି। ଏହି ମହୋତ୍ସବରେ ଧାରାବାହିକ ପ୍ରବଚନ ପ୍ରଦାନ କରୁଛନ୍ତି ପୂଜ୍ୟ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ, ଯିଏ ନାଉଗାଁର ଶ୍ରୀ ଗୁରୁ କୃପା ଆଶ୍ରମର ଅଧ୍ୟକ୍ଷ। ଉକ୍ତ ଉତ୍ସବକୁ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ଉଦଘାଟନ କରିଥିଲେ।
ପାଞ୍ଚ ଦିନ ଧରି ଚାଲିଥିବା ଏହି ଧାର୍ମିକ ଆୟୋଜନର ଚତୁର୍ଥ ଦିନ ଅର୍ଥାତ ୮ ମାର୍ଚ୍ଚ ସାନ୍ଧ୍ୟବେଳେ ଟାଙ୍ଗୀ-ସାଲେପୁର ଅଞ୍ଚଳର କଂଗ୍ରେସ ନେତା ଓ ସମାଜସେବୀ ହରିବନ୍ଧୁ ଶତପଥୀ ଉତ୍ସବରେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି କୃପା ଲାଭ କରିଥିଲେ। ସେପରି ନଖରା ଶାଲଗାଁ ପଞ୍ଚାୟତର ଜଣାଶୁଣା ସମାଜସେବୀ ମନୋଜ କୁମାର ଖିଲାର ମଧ୍ୟ ଉପସ୍ଥିତ ରହି ମହୋତ୍ସବରେ ସାମିଲ ହୋଇଥିଲେ। ଆସନ୍ତା ୯ ମାର୍ଚ୍ଚ ସୋମବାର ଦିନ ଉତ୍ସବର ଶେଷ ପର୍ବରେ ଯାତ୍ରା ବିଧାନ, ନିର୍ମାଲ୍ୟ ମହିମା ଓ ଗ୍ରନ୍ଥ ମାହାତ୍ମ୍ୟ ସମ୍ପର୍କିତ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।
ଏହି ମହୋତ୍ସବରେ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

Leave A Reply

Your email address will not be published.