ରାଜ୍ୟସ୍ତରୀୟ ବକ୍ତୃତା ରେ ମୟଙ୍କ୍ ପ୍ରଥମ, ମୂଖ୍ୟମନ୍ତ୍ରୀ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର:-
*ସଞ୍ଜୟ କୁମାର ମିଶ୍ର)
ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟରେ କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଗୁଡ଼ିକର ପୁନର୍ବିନ୍ୟାସ କରାଯାଇଛି ।ଗତକାଲି ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମ୍ ହାଇସ୍କୁଲରେ ଆୟୋଜିତ ବନମହୋତ୍ସବ ସପ୍ତାହ ଅବସରରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଏକ ସୁନ୍ଦର ଓ ସବୁଜ ଓଡ଼ିଶା ଗଠନ କରିବା ପାଇଁ କହିଛନ୍ତି। ୨୦୩୬ ସୁଦ୍ଧା ଭିଜନ ଓଡ଼ିଶା କାର୍ଯ୍ୟକ୍ରମରେ ‘ସବୁଜ ଓଡ଼ିଶା’ ଗଠନ ଏକ ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ସମ୍ପ୍ରଦାୟ ନେତୃତ୍ୱାଧୀନ ଜଙ୍ଗଲ ଉଦ୍ୟୋଗ ମାଧ୍ୟମରେ ୧୦ ଲକ୍ଷ ସବୁଜ ଜୀବିକା ସୃଷ୍ଟି କରାଯିବ ଏବଂ ଓଡ଼ିଶାକୁ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ବିକଶିତ କରାଯିବ।ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍କୁଲ ତରଫରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ଯାଜପୁର ଜିଲ୍ଲା ବରୀ ବାଲିଆ ଗ୍ରାମର ମାନସ ରଂଜନ ପତି ଏବଂ ପୁଷ୍ପାଞ୍ଜଳି ଦାଶ ଙ୍କ ଏକମାତ୍ର ପୁତ୍ର ମୟଙ୍କ ପତି କଟକ ନୂଆବଜାର ସ୍ଥିତ ଏସ୍ଟି ଜାଭିଅର ସ୍କୁଲ ତରଫରୁ ଯାଇଥିବା ବକ୍ତୃତା ପ୍ରତିଯୋଗିତା ରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାରୀ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିକଟରୁ ସମ୍ବର୍ଦ୍ଧିତ ହୋଇଛନ୍ତି।ମୟଙ୍କ ଏନେଇ ଅଧିକ ଖୁସି ଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନିଜ ପିତା ମାତା ଙ୍କୁ ଧନ୍ୟବାଦ ଜଣାଇଛନ୍ତି।କମ୍ ବୟସରେ ଏଭଳି ବିଚକ୍ଷଣ ପ୍ରତିଭା ଙ୍କୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସମେତ ଏକାମ୍ର ବିଧାୟକ ବାବୁ ସିଂ, ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ

Leave A Reply

Your email address will not be published.