ପ୍ରଥମ କରି ଚଣ୍ଡିଖୋଲ କୋର୍ଟ ରେ ମଟର୍ ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି ।
କ୍ଷତି ପୁରଣ ସ୍ୱରୂପ ୩୪ଲକ୍ଷ ୯୦ ହଜାର ଟଙ୍କା
ପ୍ରଥମ କରି ଚଣ୍ଡିଖୋଲ କୋର୍ଟ ରେ ମଟର୍ ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି ।
ଚଣ୍ଡିଖୋଲ/ ବଡଚଣା.୧୩।୧୨.(ନୀ: ପ୍ର) ଚଣ୍ଡିଖୋଲ କୋର୍ଟ ରେ ପ୍ରଥମ ଥର ଲାଗି ମଟର ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି କରିଛନ୍ତି ଜିଲ୍ଲା ଅତିରିକ୍ତ ଦୈରା ଜଜ୍ ଗୋପବନ୍ଧୁ ଗଡ଼ନାୟକ। ୧୯୮୮ ମସିହା ଭାରୀ ମଟର ଯାନ ଦୁର୍ଘଟଣା ଆଇନ ଅନୁସାରେ ଖଣ୍ଡପୀଠ ଶୁଣାଣି କରିଥିଲେ। ଏହି ଦୁର୍ଘଟଣା ମାମଲାରେ ପୃଥକ୍ ଦୁଇଟି କେଶ୍ ନମ୍ବର୍ – ୭/୨୦୨୫,ରେ ଆହତ ଦେବାଶିଷ ପୁରୀ ,ପି ରବୀନ୍ଦ୍ର କୁମାର ପୁରୀ ଖୋର୍ଦ୍ଧା ଜିଲ୍ଲା ଓଲ୍ଡ ଟାଉନ ଭିମ୍ ଟାଙ୍ଗୀ ଅଞ୍ଚଳର କେଶ୍ ଲଢି ଥିଲେ। କେଶ୍ ନମ୍ୱର୍-୬/୨୦୨୫ ମୃତ ଚନ୍ଦନ ପୁରୀ ମାମଲାର ଶୁଣାଣି କରି ଥିବା ବେଳେ ପକ୍ଷ ମାନେ ହେଲେ ନିହା ରିକା ପ୍ରିୟଦର୍ଶିନୀ ପୁରୀ,ସ୍ଵାମୀ ଚନ୍ଦନ ପୁରୀ, ସୁଧାକର ପୁରୀ,ପି,ଅଂଶୁମାନ ପୁରୀ,ସୁଜାତା ପୁରୀ ସ୍ଵାମୀ ସୁଧାକର ପୁରୀ ଓ ନାବାଳିକା ଶ୍ରିଆନ୍ସି ପୁରୀ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଧିନ ଚାଳନ୍ତି ଗ୍ରାମର ପକ୍ଷ ମାନେ କେଶ୍ ଲଢି ଥିଲେ।
କ୍ଷତି ପୁରଣ ସ୍ୱରୂପ ୩୪ଲକ୍ଷ ୯୦ ହଜାର ଟଙ୍କା ନିହାରିକା ପ୍ରିୟଦର୍ଶିନୀ ପୁରୀ ଓ ଆହତ ଦେବାଶିଷ ପୁରୀ ଙ୍କ ମାମଲାରେ ୧ଲକ୍ଷ ୬୦ ହଜାର ଟଙ୍କା ରାଷ୍ଟ୍ରୀୟ ଲୋକ ଅଦାଲତ ଜରିଆରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀ ଗୋପବନ୍ଧୁ ଗଡ଼ନାୟକ ଦୁର୍ଘଟଣା ମାମଲାର ଶୁଣାଣି କରିଥିଲେ। ପ୍ରଥମ ଥର ଲାଗି ଚଣ୍ଡିଖୋଲ କୋର୍ଟ ରେ ମଟର୍ ଯାନ ଦୁର୍ଘଟଣା ମାମଲା ର ଶୁଣାଣି ହୋଇ ଥିବାବେଳେ ଉଭୟ ମାମଲାକୁ ହାଇକୋର୍ଟ ର ବରିଷ୍ଠ ଆଇନ୍ ଜୀବୀ ଶ୍ରୀ ଅରୁଣ କୁମାର ସାହୁ ମାମଲାର ପରିଚାଳନା କରି ଥିଲେ।