ବର୍ଷାରେ ଦବିଗଲା ଜାତୀୟ ରାଜପଥ !
ବଡ଼ଚଣା : ୫୩ ନମ୍ବର୍ ଜାତୀୟ ରାଜପଥ ଚଣ୍ଡିଖୋଲ ଠାରୁ ଡୁବୁରୀ ପର୍ଯ୍ୟନ୍ତ ଦୀର୍ଘ ବର୍ଷ ହେବ ସଂପ୍ରସାରଣ କାର୍ଯ୍ୟ ଚାଲୁଥିଲେ ବି ଅଦ୍ୟାବଧି ସରିବା ନା ଧରୁନି। ଠିକା ସଂସ୍ଥା ଏମ ଏସ ଇନଫ୍ରା ଲିଃ କମ୍ପାନୀ ଏହି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଦାଇତ୍ଵ ନେଇଥିବା ବେଳେ । ଏହି ରାସ୍ତାରେ ଦୈନିକ ଯାତାୟତ କରୁଥିବା ଶହ ଶହ ଲୋକ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।ରାସ୍ତା ସଂପ୍ରସାରଣ ପାଇଁ ମାଟି,ବାଲି, ମହରମ ବଦଳରେ ଅଧିକ ପାଉଁଶ ବ୍ୟବହାର ଏଠାରେ ହୋଇଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୁଏ ।ରାସ୍ତାରେ ପାଉଁଶ ପକାଇବା ପରେ ପାଣି ବ୍ୟବହାର ନକରି ରୋଲର ସାହାଯ୍ୟରେ ସମତଳ କରାଯାଇଥିଲା।ଯାହାକି ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଏବେ କିଛି ଦିନ ସାମାନ୍ୟ ବର୍ଷା ପରେ ଚଣ୍ଡିଖୋଲ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥ ଚେନେଜ ୬୮୦ ରୁ ୮୩୦ ପର୍ଯ୍ୟନ୍ତ ପ୍ରାୟ ଏକ ଶହ ୫୦ ମିଟର ରାସ୍ତାର ୪ ଫୁଟ ଦବି ଯାଇଥିବା ଖବର ମିଳିଛି। ଖବର ମିଳିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସ୍ଥାନୀୟ ଜନସାଧାରଣ ପହଞ୍ଚି ଏହାର ଦୃଢ ପ୍ରତିବାଦ କରିବା ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିପାତ କରିଥିଲେ।ବିଧାୟକ ଅମର କୁମାର ନାୟକ ଓ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ଏ ସମସ୍ୟା ନେଇ ଅବଗତ କରିବା ପରେ ୫୩ ନମ୍ବର୍ ଜାତୀୟ ରାଜପଥ ର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସମୀକ୍ଷା ପାଇଁ ଡାକିଥିଲେ ବି ସେ ଆସିନଥିଲେ।ବିଧାୟକ ଶ୍ରୀ ନାୟକ କହିଥିଲେ ଠିକାଦାର ମହେନ୍ଦ୍ର ସ୍ୱାଇଁଙ୍କ ସଂସ୍ଥା ନିମ୍ନ ମାନର କାର୍ଯ୍ୟ ନେଇ ସଡକ ଓ ପରିବହନ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ।ଖବର ପ୍ରଚାରିତ ହେବା ପରେ ତରବରିଆ ଭାବେ ଦବିଥିବା ଅଂଶକୁ ତାଡି ମେଣ୍ଟାଲିଂ କରୁଥିବା ଦେଖିବାକୁ ମିଳିଛି।ଏହି କାମକୁ ଯେଉଁ ଭଳି ମରାମତି କରାଯାଉଛି ତାହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ବାଚୀ ଷୃଷ୍ଟି କରୁଛି।ତୁରନ୍ତ ଏହି ଠିକା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ଜୋର ଧରୁଛି।
