ଯୁବପିଢ଼ି ଙ୍କ ପାଇଁ ରୋଜଗାର ର ସୁଯୋଗ ସୃଷ୍ଟି କରିବ ପ୍ରିଲୀନ୍ସ ଫାଉଣ୍ଡେସନ |

ଯୁବପିଢ଼ି ଙ୍କ ପାଇଁ ରୋଜଗାର ର ସୁଯୋଗ ସୃଷ୍ଟି କରିବ ପ୍ରିଲୀନ୍ସ ଫାଉଣ୍ଡେସନ |

ବାଙ୍କୀ : (ପୁର୍ଣ୍ଣେନ୍ଦୁ ନାୟକ )ଯୁବ ପିଢ଼ି ଙ୍କ ମଧ୍ୟରେ ବେକାରୀ ସମସ୍ୟା ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ , ସମସ୍ୟା ର ସମାଧାନ କ୍ଷେତ୍ର ରେ ଆଗକୁ ପାଦ ବଢ଼ାଇଛି ପ୍ରିଲୀନ୍ସ ଫାଉଣ୍ଡେସନ | ଏକ ନିଯୁକ୍ତି ମେଳା ମାଧ୍ୟମ ରେ ୩୦ ରୁ ଉର୍ଦ୍ଧ ମଲ୍ଟି ନେସନାଲ କମ୍ପାନୀ ରେ ଚାକିରୀ ର ସୁଯୋଗ ସୃଷ୍ଟି କରିଛି ଏହି ଫାଉଣ୍ଡେସନ | ଉଚ୍ଚ ଧନ୍ଦାଭିତ୍ତିକ ବିଭିନ୍ନ ପାଠ୍ୟକ୍ରମ ର ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ କ୍ୟାମ୍ପସ ସିଲେକ୍ସନ ଜରିଆରେ ନିଯୁକ୍ତି ମିଳୁଥିବା ବେଳେ କେବଳ ସ୍ନାତକ ଡିଗ୍ରୀ ଧାରୀ ମାନେ ଏଥିରୁ ବାଦ ପଡୁଛନ୍ତି | ତେଣୁ ଗ୍ରାମାଞ୍ଚଳ ର ପ୍ରତେକ ବର୍ଗ ଵା ଯୁକ୍ତ ଦୁଇ ରୁ ଊର୍ଧ୍ୱ ଶିକ୍ଷାଗତ ଯୋଗ୍ୟତା ବିଶିଷ୍ଟ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ କ୍ଷେତ୍ର ରେ ବିନା ଦେୟରେ ଚାକିରୀ ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ଫାଉଣ୍ଡେସନ ର ପରିଚାଳନା ନିର୍ଦେଶକ ଶୁଭ୍ରାଲିନ ମିଶ୍ର କହିଛନ୍ତି | ତେଣୁ ଏହାର ପ୍ରୟାସ ରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରିଲିନ୍ସ ଫାଉଣ୍ଡେସନ୍ ତରଫରୁ ୨୦୨୬ ନିଯୁକ୍ତି ମେଳା ପାଇଁ ପଞ୍ଜିକରଣ ଆରମ୍ଭ କରାଯାଇଛି । ଆଜି ଠାରୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ପଞ୍ଜିକରଣ କରିପାରିବା ସହ ଆସନ୍ତା ମାସ ୬ ତାରିଖରେ ମେଳା ଅନୁଷ୍ଠିତ ହେବବୋଲି ଫାଉଣ୍ଡେସନ୍ ତରଫରୁ ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀ କଲେଜର ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଏଭଳି ନିଯୁକ୍ତି ମେଳା ଦ୍ୱାରା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ କମ୍ପାନୀ ମାନଙ୍କରେ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରିୟବ୍ରତ ମହାନ୍ତି, ରାଜଗ୍ରୁପ୍ ଅଫ୍ କମ୍ପାନୀର ଅଧ୍ୟକ୍ଷ ସୁରଜ କେ.ରାଜ୍‌, ବାଙ୍କୀ କଲେଜର ପ୍ରଶାସନିକ ଅଧିକାରୀ ଡକ୍ଟର ଶିଶିଭୂଷଣ ମହାପାତ୍ର , ଉପାଧ୍ୟକ୍ଷ ଗାୟତ୍ରୀ ନାୟକ, କଲେଜ ପରିଚାଳନା କରିଷଦ ସଦସ୍ୟ ସମରେନ୍ଦ୍ର ମହାପାତ୍ର, ଅଧ୍ୟାପକ ଡକ୍ଟର ମୁକ୍ତିପଦ ପଣ୍ଡା ଯୋଗଦେଇ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏଥିରେ ନାମ ପଞ୍ଜିକରଣ କରିବା ସହ ନିଯୁକ୍ତିର ସୁଯୋଗ ନିଅନ୍ତୁ ବୋଲି ବକ୍ତବ୍ୟରେ କହିଥିଲେ । ଏହି ନିଯୁକ୍ତି ମେଳା ବାଙ୍କୀ କଲେଜରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବା ସହ ଏହାର ସୁଯୋଗ ବାଙ୍କୀ ଉପଖଣ୍ଡରେ ଥିବା ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗନେଇ ପାରିବେ ବୋଲି ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଥିରେ ବାଙ୍କୀର ସମସ୍ତ ବୁଦ୍ଧିଜୀବୀ ଏବଂ ସାମ୍ବାଦିକମାନେ ଯୋଗଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ଗଗନ ଦାସ ସଂଯୋଜନା କରିଥିଲେ ।

Leave A Reply

Your email address will not be published.