ନରଗାଙ୍ଗ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସେବୀକା ନିଯୁକ୍ତି ଅନିୟମିତା ଅଭିଯୋଗରେ ବିଦ୍ୟାଳୟ ସମ୍ମୁଖରେ ଧାରଣା
ବାଙ୍କୀ ରୁ ପୁର୍ଣ୍ଣେନ୍ଦୁ ନାୟକ
ନରଗାଙ୍ଗ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସେବୀକା ନିଯୁକ୍ତି ଅନିୟମିତା ଅଭିଯୋଗରେ ବିଦ୍ୟାଳୟ ସମ୍ମୁଖରେ ଧାରଣା
ବାଙ୍କୀ,୧୦ା୦୭- ନରଗାଙ୍ଗ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ନିଯୁକ୍ତିରେ ଅନୀୟମିତତା ଅଭିଯୋଗରେ ବିଦ୍ୟାଳୟର ମୁଖ୍ୟଫାଟକକୁ ତାଲା ପକେଇ ଧାରଣାରେ ବସିଲେ ଗ୍ରାମବାସୀ । ସୂଚନା ଥାଉକି ଡମପଡ଼ା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ନରଗାଙ୍ଗ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିଶୁ ସେବୀକା ଗତ ୬ ତାରିଖରେ ନିଯୁକ୍ତି ଦିଆଯାଇଥିଲା । ଏହି ନିଯୁକ୍ତିକୁ ଅନିୟମିତତା ଦର୍ଶାଇ ପୁନର୍ବାର ବିଚାର କରି ସଠିକ୍ ପାର୍ଥୀଙ୍କୁ ନିଯୁକ୍ତି କରିବା ପାଇଁ ଗ୍ରାମବାସୀମାନେ ଆଜି ବିଦ୍ୟାଳୟ ତାଲା ପକାଇ ଧାରଣାରେ ବସିଥିଲେ । ଏହି ଧାରଣାରେ ସ୍ଥାନୀୟ ସରପଂଚ ରେବତୀ ଜେନା, ସମିତି ସଭ୍ୟ ପ୍ରଶାନ୍ତ କୁମାର ମତଗଜ ସିଂହଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏକତ୍ରୀତ ହୋଇ ବିଦ୍ୟାୟ ମୁଖ୍ୟ ପାଠକ ସମ୍ମୁଖରେ ଧାରଣାରେ ବସିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ଭିତରକୁ ପ୍ରବେଶ ନକରିପାରି ବାହାରେ ଅପେକ୍ଷା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ପୋଲିସ୍ ପହଞ୍ôଚ ଧାରଣାରତ ଥିବା ଗ୍ରମାବାସୀମାନଙ୍କୁ ବୁଝାଇବା ପରେ ଧାରଣାରୁ ଉଠିଥିଲେ । ଆଜି ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ନଆସି ଛୁଟିରେ ରହିଥିଲେ । ଏହି ଘଟଣା ନେଇ ଗ୍ରାମବାସୀଙ୍କ ତରଫରୁ ବାଙ୍କୀ ଉପଜିଲ୍ଲାପାଳଙ୍କୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଉଚିତ୍ ପଦକ୍ଷେପ ନେବା ପାଇଁ ଦାବି ଜଣାଇଛନ୍ତି ।
