ରାଜ୍ୟ ପୋଲିସ ମୁଖ୍ୟାଳୟ
ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ଓଡିଶା ପୁଲିସ ତରଫରୁ “ଅପରେସନ୍ ଧରପଗଡ” ଅଭିଯାନ କରାଯାଇଥିଲା । ଏହି ଅପରେସନରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ସାମିଲ ହୋଇ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗାର, କଫ ସିରପ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାରେ ସଫଳ ହୋଇଛି। ଏହା ସହ ବହୁ ସଂଖ୍ୟାରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କାର ନିଶା ଦ୍ରବ୍ୟ ଜବତ ସହ ହଜାର ହଜାର ଏକର ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି ।

ନିଶା ଦ୍ରବ୍ୟ ଚୋରା ଚାଲାଣରେ ସମୁଦାୟ ୯୪ ଟି ମାମଲା ରୁଜୁ ହୋଇଥିବା ବେଳେ ୧୪୦୦ କେଜି ଗଞ୍ଜେଇ, ୧ କେଜି୬୫୦ଗ୍ରାମ ବ୍ରାଉନ ସୁଗର, ୧୩୩ ଗ୍ରାମ ହେରୋଇନ, ୨୯୨ ବୋତଲ କଫ ସିରପ ଜବତ କରାଯାଇଛି । ଏହା ସହ ୨୭୦୬ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି । ନିଶା ଦ୍ରବ୍ୟ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୪୦ ଜଣ ଅଭିଯୁକ୍ତଙ୍କୁ ଗିରଫ ଏବଂ ବ୍ୟବହୃତ ଯାନବାହାନ ଜବତ କରାଯାଇଛି । ସେହିପରି ୧୮ ଜଣଙ୍କ ଅପରାଧୀଙ୍କ ବିରୋଧରେ NSA ମାମଲା ରୁଜୁ କରାଯାଇଛି ।
ରାଜ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା, ବେଆଇନ ଗଞ୍ଜେଇ ଚୋରା ଚାଲାଣ ଓ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ତତ୍ୱାବଧାନରେ ରାଜ୍ୟର ସମସ୍ତ ଜିଲ୍ଲାର ଏସପି “ଅପରେସନ୍ ଧରପଗଡ” ଅଭିଯାନରେ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post