ଦାଣ୍ଡରେ ମଇଳା ପାଣି ଜମିବାକୁ କେନ୍ଦ୍ରକରି ଗାଁ ଦାଣ୍ଡ କୁ ବନ୍ଦ କଲେ ଅମରାବତୀ ପାଟଣା ଗ୍ରାମବାସୀ

ଦାଣ୍ଡରେ ମଇଳା ପାଣି ଜମିବାକୁ କେନ୍ଦ୍ରକରି ଗାଁ ଦାଣ୍ଡ କୁ ବନ୍ଦ କଲେ ଅମରାବତୀ ପାଟଣା ଗ୍ରାମବାସୀ।
ବଡ଼ଚଣା, ୨୦।୧୧, ଗାଁ ଦାଣ୍ଡରେ ଜମୁଛି ପଚରା ଓ ମଇଳା ପାଣି, ବିଗୁଡୁଛି ଗାଁ ପରିମଳ ବ୍ୟବସ୍ଥା। ଫଳରେ ଗାଁ ଜର ଝାଡ଼ା,କୁଣ୍ଡିଆ ବଢ଼ୁ ଥିବା ଦେଖିବାକୁ ମିଳିଛି, ଯାହାକୁ ବିରୋଧ କରି ରାସ୍ତା ବନ୍ଦ କରିଛନ୍ତି ଗାଁ ଲୋକେ, ଏଭଳି ଅବସ୍ଥା ଭୋଗୁଛନ୍ତି ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଛତିଆ ପଞ୍ଚାୟତ ଅଧୀନ ଅମରା ବତୀ ପାଟଣା ସହିତ ଗୋପପୁର ଗ୍ରାମବାସୀ।
ଦୀର୍ଘ ଦିନ ଧରି ଗାଁ ଲୋକମାନେ ଏଭଳି ଦୁର୍ଦ୍ଦଶା ଭୋଗୁ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଗାଁ ଲୋକେ ସମସ୍ୟା ର ସମ୍ପର୍କରେ ଅଭିଯୋଗ କରି ଆସୁ ଥିଲେ ସୁଦ୍ଧା ସମସ୍ୟା ର ସମାଧାନ ପ୍ରତି ନିଘା ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସୁଷମା ମହଲା, ହରିହର ମହାନ୍ତି, ବଳରାମ ସେଠୀ, ବିଷ୍ଣୁ ନାୟକ, କୁଷ୍ଟ ନାୟକ ଙ୍କ ସମେତ ଏକାଧିକ ଗ୍ରାମବାସୀ। ତେବେ ସରପଞ୍ଚ ଘଟଣା ସମ୍ପର୍କରେ କିଛି ପ୍ରତିକ୍ରିୟା ଦେବା କୁ ସିଧା ସିଧା ମନା କରି ଦେଇ ଥିଲେ। ତେବେ ଭୋଟ ବେଳେ ଖାଲି ଆମ କୁ ଭୋଟ ଦିଅ,ଆଉ ଏବେ ଆମ ଅଭିଯୋଗ ପରେ ବି ସରପଞ୍ଚ ଶୁଣୁ ନାହାନ୍ତି ବୋଲି କହି ଛନ୍ତି ଗାଁ ଲୋକେ
ମଇଳା ପାଣି ଜମି ରହୁ ଥିବା କାରଣରୁ ସିଉଳି ରେ ଗୋଡ ଖସି ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି, ତେବେ ସ୍ଥାନୀୟ ପ୍ରଶାସନ ଡ୍ରେନେଜ୍ ବ୍ୟବସ୍ଥା କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ନିବେଦନ କରିଛନ୍ତି ଗାଁ ଲୋକେ। ତେବେ ସେହି ସମସ୍ୟା ପ୍ରତି ସ୍ଥାନୀୟ ସମିତି ସଭ୍ୟ ଦୀପକ ସାହୁ ପୂର୍ବରୁ ଅବଗତ ଥିବା ବେଳେ ଘଟଣା ସ୍ଥଳ କୁ ପରିଦର୍ଶନ କରି ପ୍ରଥମେ ଡ୍ରେନେଜ ନିର୍ମାଣ ଲାଗି ଆର୍ଥିକ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।ତେବେ ଛତିଆ ପଞ୍ଚାୟତରେ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉ ଥିବା ମଧ୍ୟ ଅଭିଯୋଗ ହୋଇଛି।

Leave A Reply

Your email address will not be published.