ପ୍ରେସ କ୍ଲବ ଚଣ୍ଡିଖୋଲ ର ସାଧାରଣ ପରିଷଦ ବୈଠକ

ପ୍ରେସ କ୍ଲବ ଚଣ୍ଡିଖୋଲ ର ସାଧାରଣ ପରିଷଦ ବୈଠକ

ବଡ଼ଚଣା ୯/୧ଯାଜପୁର ଜିଲ୍ଲାର ସର୍ବ ପୁରାତନ ସାମ୍ବାଦିକ ସଂଘ ପ୍ରେସ କ୍ଲବ ଚଣ୍ଡିଖୋଲର ଏକ ସାଧାରଣ ପରିଷଦ ବୈଠକ ପ୍ରେସକ୍ଳବ ସଭା ଗୃହ ରେ ସଭାପତି ବେଣୁଧର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ସାମ୍ବାଦିକ ମାନେ ସତ୍ୟନିଷ୍ଠ,ନିର୍ଭୀକ,ନିରପେକ୍ଷ ସମ୍ବାଦ ପରିବେଷଣ କରିବା ସହିତ ସାମ୍ବାଦିକ ମାନଙ୍କ ମଧ୍ୟରେ ଏକତା,ଭାଇଚାରା ରକ୍ଷା କରିବା,

ସାମାଜିକ ସୁରକ୍ଷା ଓ ସାମ୍ବାଦିକମାନଙ୍କୁ ପେନସନ୍ ପ୍ରଦାନ,ସମେତ ବଣ ଭୋଜି,ସାଧାରଣତନ୍ତ୍ର ଦିବସ ପାଳନ ଉପରେ ଆଲୋଚନା କରାଯାଇଥିଲା। ପ୍ରାରମ୍ଭରେ।ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ନିୟୁଜ୍ ସେଭେନ୍ ସାମ୍ବାଦିକା ଶିଲା ପଟ୍ଟନାୟଙ୍କ ବିୟୋଗର ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ସମ୍ପାଦକ ହେମସ କୁମାର ଜେନା ପୂର୍ବ ବୈଠକର ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ମହାନ୍ତି,ଆବାହକ ସଞ୍ଜୟ କୁମାର ସ୍ୱାଇଁ,ଉପସଭାପତି ସମରେନ୍ଦ୍ର ମାହାଲା,ପ୍ରଶାନ୍ତ ଜେନା,ସହ ସମ୍ପାଦକ ସେକ୍ ସବିରୁଦ୍ଦିନ୍,କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ବିଶ୍ବାଳ,ସାଂସ୍କୃତିକ ସଂପାଦକ ସୁରେନ୍ଦ୍ର କୁମାର ସାମଲ,କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରତାପ କୁମାର ରାଉତରାୟ,ଶିବରାମ ସାହୁ,ନରେନ୍ଦ୍ର କୁମାର ରାଉତ,ଦେବବ୍ରତ ଦେବତା,ଭାରତ ଭୂଷଣ ପଣ୍ଡା, ମୋହନ ଖିଲାର,ମହେଶ୍ୱର ରାଉତ,ମସିର ଆଲାମ,ଅଜିତ୍ କୁମାର ମିଶ୍ର,ସୁଶିଲ କୁମାର ଜେନା,ବସନ୍ତ ପଲେଇ,ତ୍ରିଲୋଚନ ବେହେରା,ରଶ୍ମି ରଞ୍ଜନ ବିଶ୍ବାଳ, ଚିନ୍ମୟ ପୃଷ୍ଟି,ମନୋଜ କୁମାର ସାହୁ, ବେଦପ୍ରକାଶ ନାୟକ,ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.