ଭାରତରତ୍ନ ଅଟଳ ବିହାରୀ ବାଜେପେୟୀଙ୍କ ସ୍ମୃତିରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପଞ୍ଚାୟତସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଉଦଘାଟନ କଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଙ୍କ ମା ଶ୍ରୀମତୀ ମିନତୀ ସାହୁ| ଧର୍ମଶାଳା ବ୍ଲକର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଧାୟକ ହିମାଂଶୁ ସାହୁ | ସରକାରୀ ଲୋକାଭିମୁଖୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସାଧାରଣ ଗରିବ ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ଆରମ୍ଭ କରିଛନ୍ତି ସ୍ୱାସ୍ଥ୍ୟ ଶିବିର | ଧର୍ମଶାଳା ବ୍ଲକ ରେ 54ପଞ୍ଚାୟତ ବାସୀଙ୍କ ନିକଟରେ ପହଂଚିବେ ଡାକ୍ତର ଗରିବ ଅସହାୟ ଙ୍କ କରିବେ ଚିକିତ୍ସା | ସମସ୍ତ ପଞ୍ଚାୟତ ରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି ସ୍ୱାସ୍ଥ୍ୟ ଶିବିର ଧର୍ମଶାଳା ବ୍ଲକ କୋତପୁର ଗ୍ରାମପଞ୍ଚାୟତ କୋତପୁର ଗ୍ରାମ ସ୍କୁଲ ପଡିଆର ଆରମ୍ଭ ହୋଇଥିଲା | 7ଟି ରୁ ଉର୍ଦ୍ଧ ବିଭିନ୍ନ ବିଭାଗର ଡାକ୍ତର 1000ରୁ ଉର୍ଦ୍ଧ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗ ପାଇଁ ମାଗଣା ଔଷଧ ବିତରଣ କରାଯାଇଥିଲା | ଭୁବନେଶ୍ୱର ଏକ ଘରୋଇ ପ୍ରତିଷ୍ଠିତ ମେଡିକାଲର ସୁନାମଧନ୍ୟ ଡାକ୍ତର ମାନେ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ | ଧର୍ମଶାଳା ବ୍ଲକ ରେ ଏଭଳି ସ୍ୱାସ୍ଥ୍ୟ ଶିବିରକୁ ନେଇ ବିଧାୟକ ଙ୍କୁ ଭୁରି ଭୁରି ପ୍ରଂଶସା କରିଛନ୍ତି ଧର୍ମଶାଳା ବାସୀ ଏହା ସ୍ୱାସ୍ଥ୍ୟ ଶିବିରରେ ଡାଇବେଟିସ ରୋଗ କୁ ନେଇ ସଚେତନ କରାଯାଇଥିଲା | ସ୍ଥାନୀୟ ଯୁବକ ଓ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସଦସ୍ୟ ମାନେ ଏହି ଶିବିରକୁ ପରିଚାଳନା କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post